କେନ୍ଦ୍ରାପଡା କେନାଲର ଭାସିଗଲେ ଦୁଇଛାତ୍ର

ସାଲେପୁର : କେନ୍ଦ୍ରାପଡା କେନାଲର ଗାଧୋଉ ଥିବା ବେଳେ ଦୁଇଜଣ ଛାତ୍ର କେନାଲର ପାଣି ଭାସି ଯାଇଥିଲେ। ଛାତ୍ର ଦୁଇ ଜଣଙ୍କ ମଧ୍ୟରୁ ନିଖୋଜ ହୋଇଯାଇଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଛାତ୍ରଙ୍କ ନାଁ ରାହୁଲ ଜୈନ। ଉଦ୍ଧାର ହୋଇଥିବା ଛାତ୍ର ହେଲେ ସଞ୍ଜୟ ଜେନା।
ନିଖୋଜ ଛାତ୍ର କଟକ ଜିଲ୍ଲା ଚୌଦ୍ବାର ଅଞ୍ଚଳର ବୋଲି ଜଣାପଡିଛି। ଉଦ୍ଧାର ଛାତ୍ର ସଞ୍ଜୟଙ୍କ ଘର କଟକ ଲିଙ୍କରୋଡ଼ ଅଞ୍ଚଳରେ। ଦୁଇ ଜଣ ଛାତ୍ର ମାମୁଁ ଘରକୁ ବୁଲିବାକୁ ଆସିଥିଲେ। ଆଜି ସେମାନେ କେନ୍ଦ୍ରାପଡାର ସାତବାଟିଆ କେନାଲ ନିକଟରେ ଗାଧୋଉ ଥିବା ସମୟରେ ଭାସି ଯାଇଥିଲେ। ସ୍ଥାନୀୟ ଦୁଇ ଜଣ ଯୁବକ ସାହସର ସହିତ ସଞ୍ଜୟ ଜେନାକୁ ଉଦ୍ଧାର କରିଥିଲେ । କିନ୍ତୁ ରାହୁଲ ସେତେ ବେଳକୁ କେନାଲର ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇଯାଇଥିଲେ। ଫଳରେ ତାଙ୍କୁ ଉଦ୍ଧାର କରିପାରିନଥିଲେ ସ୍ଥାନୀୟ ଯୁବକମାନେ। ଆଜି ସକାଳ ସୁଦ୍ଧା ନିଖୋଜ ରାହୁଲ ପତା ମିଳିନାହିଁ। ଆଜି ପୁଣି ଓଡରାଫ ଓ ଦମକଳ ବାହିନି ମିଳିତ ଭାବେ ଖୋଜାଖୋଜି ଜାରି ରଖିଛନ୍ତି।