Odisha Link
Bridging the Missing Links in Odisha

ପାଞ୍ଚ ଜଣଙ୍କୁ କଚାଡ଼ି ମାରିଲେ ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ ଓ ନିକଟସ୍ଥ ସନ୍ଥପଡ଼ା ଗ୍ରାମର ଅନ୍ୟ ଜଣଙ୍କୁ କଚାଡ଼ି ମାରିଥିବା ସୂଚନା ମିଳିଛି।

ଷଣ୍ଢଗାଁ’ର ମୃତ ବ୍ୟକ୍ତିମାନେ ଗୋଟିଏ ପରିବାର ଅନ୍ତର୍ଗତ। ସେମାନେ ସଂପର୍କରେ ବାପା, ଦୁଇ ଝିଅ ଓ ପିଉସୀ ବୋଲି କୁହାଯାଉଛି। ଗୋଟିଏ ଝିଅର ବୟସ ୪, ଅନ୍ୟ ଝିଅର ବୟସ ୧୨, ବାପାର ବୟସ ୪୦ ଓ ପିଉସୀର ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି । ଗରମ ପଡ଼ିଥିବାରୁ ସେମାନେ ଗତରାତିରେ ଘର ବାରନ୍ଦାରେ ଶୋଇଥିଲେ। ସେମାନଙ୍କ ଘର ପାଲଲହଡ଼ା ଅନ୍ତର୍ଗତ ଗୋବିନ୍ଦପୁରରେ। ଇଟାଭାଟି ଶ୍ରମିକ ଭାବେ ସେମାନେ ଏ ଅଞ୍ଚଳରେ କାମ କରୁଥିଲେ।

Comments are closed.