Odisha Link
Bridging the Missing Links in Odisha

ବ୍ରହ୍ମଗିରିରେ ଇଭିଏମ୍‌ ଭାଙ୍ଗିଲେ ଗ୍ରାମବାସୀ

ପୁରୀ: ଉତ୍ତେଜିତ ମତଦାତା ମଙ୍ଗଳବାର ଇଭିଏମ୍‌ ଭାଙ୍ଗିଛନ୍ତି। ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବିଧାନସଭା ଆସନର କମାଶାସନରେ ଏହି ଅଭାବନୀୟ ଘଟଣା ଆଜି ଅପରାହ୍ଣରେ ଦେଖିବାକୁ ମିଳିଛି। ଗୋଟିଏକୁ ଭୋଟ ଦେଲେ ଆଉ ଗୋଟିଏକୁ ଯାଉଥିବା ଅଭିଯୋଗରେ ଆଣି କମାଶାସନ ୨୨୨ ନମ୍ବର ବୁଥରେ ଗ୍ରାମବାସୀ ଇଭିଏମ ଭାଙ୍ଗିଛନ୍ତି।

ସୂଚନାଯୋଗ୍ୟ ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭାର ନିର୍ବାଚନ ୩ୟ ପର୍ଯ୍ୟାୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ। ଆବଶ୍ୟକ ପଡ଼ିଲେ ସମୟକୁ ବଢ଼ାଇ ଦିଆଯାଇପାରେ। ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହି ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ପ୍ରକ୍ରିୟା ଜାରି ରହିଛି।

Comments are closed.