Odisha Link
Bridging the Missing Links in Odisha

କ୍ରିକେଟ ମହାକୁମ୍ଭ ୨୦୧୯: ବର୍ଷା କାରଣରୁ ଦକ୍ଷିଣ ଆଫ୍ରିକା-ଓ୍ବେଷ୍ଟଇଣ୍ଠିଜ୍‌ ମ୍ୟାଚ୍‌ ବାଧାପ୍ରାପ୍ତ

ସାଉଥହମ୍ପଟନ : କ୍ରିକେଟ ବିଶ୍ବକପ୍‌ ୨୦୧୯ର ୧୫ତମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଠିଜ୍‌ ମଧ୍ୟରେ ସାଉଥହମ୍ପଟନର ରୋଜବାଉଲ ଷ୍ଟାଡିୟମଠାରେ ଖେଳାଯାଉ ଅଛି। ତେବେ ବରଷା ଯୋଗୁଁ ଆଜି ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଏହା ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଦଳ ପ୍ରାରମ୍ଭିକ ବିପର୍ଯ୍ୟର ସମ୍ମୁଖୀନ ହୋଇଛି। ଦକ୍ଷିଣ ଆପ୍ରିକାର ଦଳୀୟ ସ୍କୋର ୧୧ ହୋଇଥିବାବେଳେ ଦଳର ଅପନର ହାସିମ୍‌ ଆମଲା ଆଉଟ୍‌ ହୋଇ ଯାଇଥିଲେ। ଦଳୀୟ ସ୍କୋର ୨୮ ହୋଇଥିବା ବେଳେ ଦଳ ୨ୟ ଓ୍ଵିକେଟ ଏଡେନ ମାକରାମଙ୍କୁ ହରାଇଥିଲା । ତେବେ ୮ମ ଓଭର ଚାଲିଥିବାବେଳେ ବର୍ଷା ହେବାରୁ ଖେଳ ବାଧାପ୍ରାପ୍ତ ହୋଇଛି । ଏହି ସମୟରେ ଦକ୍ଷିଣ ଆଫ୍ରିକାର ସ୍କୋର ୨ ଓ୍ଵିକେଟ ବିନିମୟରେ ୨୯ ରନ ରହିଛି । ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକା ପାଇଁ ଏହି ବିଶ୍ୱକପରେ ବେଶ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଏହି ବିଶ୍ୱକପରେ ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳିଥିଲେ ମଧ୍ୟ ସବୁମ୍ୟାଚରେ ପରାସ୍ତ ହୋଇଛି।

Comments are closed.