Odisha Link
Bridging the Missing Links in Odisha

ରାହୁଲଙ୍କୁ ସିଦ୍ଧୁଙ୍କ ଫେରାଦ

ନୂଆଦିଲ୍ଲୀ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଓ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି । ଏହି କଥା ଏବେ ଦିଲ୍ଲୀ ଦରବାରରେ ପହଁଚିଛି । କ୍ୟାପ୍‌ଟେନ୍‌ଙ୍କ ଉପରେ ରାଗିଥିବା ସିଦ୍ଧୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟରେ ଫେରାଦ ଦେଇଛନ୍ତି । ଏହା ସହିତ ସିଏ ଏକ ବନ୍ଦ ଲଫାପା ଚିଠି ମଧ୍ୟ ରାହୁଲଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟରେ ଦଳରେ ସ୍ଥିତି ସମ୍ପର୍କରେ ଚିଠିରେ ଉଲ୍ଲେଖ ଥିବା କୁହାଯାଉଥିବାବେଳେ ସିଦ୍ଧୁ କିନ୍ତୁ ଏ ନେଇ କୌଣସି ସୂଚନା ଦେଇ ନାହାଁନ୍ତି । ଏହି ସମୟରେ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅହମ୍ମଦ ପଟେଲ ମଦ୍ୟ ଉପସ୍ଥିତ ଥିଲେ ।  ଦୁଇ ଜଣଙ୍କ ମଧ୍ୟରେ ଚାଲିଥିବା ମନ ମତାନ୍ତର ଯୋଗୁଁ ମୁଖ୍ୟମନ୍ତ୍ରୀ ସିଦ୍ଧୁଙ୍କର ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ କରାଯାଇଥିଲା । ତାଙ୍କୁ ବିଦ୍ୟୁତ ଓ ନବୀକରଣ ଶକ୍ତି ବିଭାଗ ଦିଆଯାଇଥିଲା । ଏହାକୁ ନେଇ ସିଦ୍ଧୁ କହିଛନ୍ତି ଯେ ସେ ସବୁବେଳେ କାମରେ ଭଲ ପ୍ରଦର୍ଶନ କରିଛନ୍ତି । ସହରାଞ୍ଚଳରେ ଦଳରେ ବିଜୟୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ମୋତେ ଏତେ ହାଲୁକାଭାବେ ନିଆଯିବା ଉଚିତ ନୁହେଁ ।  ପଞ୍ଜାବ ସହାରାଞ୍ଚଳରେ ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହା ଏବେ ଚରମସୀମାରେ ପହଁଚିଛି ।

Comments are closed.