Odisha Link
Bridging the Missing Links in Odisha

ଏଥର ରଥଯାତ୍ରାରେ ଆଉ ଦବାକୁ ପଡିବନି ଟୋଲ ଗେଟ୍‌ ଫି

ଭୁବନେଶ୍ୱର : ରଥଯାତ୍ରା ସମୟରେ ପୁରୀ ଯାଉଥିବା ଯାତ୍ରୀ ଓ ଭକ୍ତଙ୍କ ପାଇଁ ଖୁସି ଖବର । ଚଳିତ ରଥରେ ଟୋଲ ଗେଟ ଫି’କୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ ଟୋଲ ଗେଟ ଫି’କୁ ଛାଡ଼ କରାଯାଇଛି । କୌଣସି ଗାଡ଼ିକୁ ପିପିଲି ଟୋଲ ଗେଟରେ ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ସେହିପରି ଜାତୀୟ ରାଜପଥରେ ସୁରକ୍ଷା ଦୃଷ୍ଟିରୁ ୫ଟି ଆମ୍ବୁଲାନ୍ସ ରହିବ । ଆସନ୍ତା ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଆମ୍ବୁଲାନ୍ସ କାର୍ଯ୍ୟ କରିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.