Odisha Link
Bridging the Missing Links in Odisha

ସରିଲା ରଥଯାତ୍ରା ଶେଷ ସମନ୍ବୟ ବୈଠକ, ସମସ୍ତଙ୍କ ସହୋଯାଗ ନିତ୍ୟାନ୍ତ ଆବଶ୍ୟକ: ମୁଖ୍ୟମନ୍ତ୍ରୀ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ରଥଯାତ୍ରା ସମନ୍ୱୟ ବୈଠକ ଶେଷ ହୋଇଛି। ବୈଠକ ପରେ ନବୀନ ନିଜ ପ୍ରତିକ୍ରିୟା ଦେଇଛନ୍ତି। ନବୀନ କହିଛନ୍ତି ଯେ, ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଏବଂ ବିନା ସହଯୋଗରେ ଏହା ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ କହିବା ରଥଯାତ୍ରା ପାଇଁ ଯେଉଁ କାମ ବଳକା ରହିଯାଇଛି, ତାକୁ ତୁରନ୍ତ ସାରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା କରୁଥିବା ସେବାୟତଙ୍କୁ ମଧ୍ୟ ସେ ଅଶେଷ ଧନ୍ୟବାଦ ଦେଇଛନ୍ତି।

ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ , ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇଛନ୍ତି। ଏହା ସହ ବୈଠକରେ ବରିଷ୍ଠ ପୋଲିସ ଅଧିକାରୀ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି। ଏହି ସମୀକ୍ଷା ବୈଠକରେ ରଥ ନିର୍ମାଣ ଠାରୁ ଆରମ୍ଭ କରି ଘୋଷଯାତ୍ରାର ନୀତିକାନ୍ତି ଉପରେ ଆଲୋଚନା କରାଯାଉଛି । ପୂର୍ବରୁ ହୋଇଥିବା ସମନ୍ୱୟ ବୈଠକରେ ରଥଯାତ୍ରା ପାଇଁ ଜୁନ ୨୫ ସୁଦ୍ଧା ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Comments are closed.