Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

କନ୍ଧମାଳ : ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫୁଲବାଣି ପୈାରପାଳିକା ସିଇଓ ରାଧାମୋହନଙ୍କ କାର୍ଯ୍ୟାଳୟ ସହ ବାସଭବନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।
ଫୁଲବାଣୀ ପୌରପାଳିକା ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ । ବ୍ରହ୍ମପୁର ଜୟଦୁର୍ଗା ନଗର, ଜରଡା ଥାନା ଅନ୍ତର୍ଗତ ତୁରୁବୁଡି ଠାରେ ଶ୍ବଶୁରଙ୍କ ଘର, ଫୁଲବାଣୀ ସରକାରୀ ବାସଭବନ, ପୌରପାଳିକା କାର୍ଯ୍ୟାଳୟ ଏବଂ ଅନ୍ୟ ସହଯୋଗୀଙ୍କ ଘର ଉପରେ ଚଢାଉ ଚାଲିଥିବା ସୂଚନା ଦେଲେ ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ବାଇଁ । ବ୍ରହ୍ମପୁର ଠାରେ ଚଢାଉ ବାସଭବନରୁ ବିପୁଳ ପରିମାଣର ସୁନା ଅଳଙ୍କାର, ରୁପା ଅଳଙ୍କାର, ଲକ୍ଷାଧିକ ନଗଦ ଟଙ୍କା, ବିଭିନ୍ନ ବ୍ୟାଙ୍କର ପାସବୁକ୍, ଡୁରା ଠାରେ ଥିବା ୧୮୦୦ ସ୍କୋୟାର୍ ଫୁଟ୍ ପ୍ଲଟ୍ ର ଦସ୍ତାବିଜ୍ ସହ ଅନ୍ୟାନ୍ୟ ସାମଗ୍ରୀ ଠୁଳ ହୋଇଥିବା ଜଣାପଡିଛି । ଚଢାଉ ସରିବା ପରେ ଆୟ ବର୍ହିଭୂତ ସଂପତ୍ତି ଠୁଳର ପରିମାଣ ଜଣାପଡିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

Comments are closed.