Odisha Link
Bridging the Missing Links in Odisha

ବାଇକ୍ ଉପରେ ମାଡିଗଲା ହାଇଓ୍ବା

ବାଲିପାଟଣା : ବାଲିପାଟଣା ଟଙ୍କପାଣି ବ୍ରିଜ୍ ଉପରେ ଏକ ଦୁର୍ଘଟଣା ହୋଇଛି । ହାଇଓ୍ବା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ନିଆଳି ଅଞ୍ଚଳର ବିଜୟ କୁମାର ଜେନା । ବିଜୟ ଦୈନିକ ଖବର କାଗଜର ଅଫିସରେ କାର୍ଯ୍ୟରତ ଥିଲେ । ଅଫିସକୁ ବାଇକ ଯୋଗେ ଯାଉଥିବା ବେଳେ ତାଙ୍କ ଉପରେ ଏକ ହାଇୱା ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Comments are closed.