Odisha Link
Bridging the Missing Links in Odisha

ସଂକ୍ଷେପରେ ୨୦୧୯ ପୂର୍ଣ୍ଣାଙ୍ଗ ବଜେଟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ନିଜ ପେଡ଼ି ଖୋଲିଛନ୍ତି। ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଆଜି ଉପସ୍ଥାପିତ ହେବ। ଦୀର୍ଘ ୪୯ ବର୍ଷ ପରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ପାର୍ଲାମେଣ୍ଟରେ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିସହିତ ସ୍ବାଧିନତା ପରଠାରୁ ଚାଲିଥିବା ବ୍ରିଫକେସ ପ୍ରଥାକୁ ଶେଷ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଏହି ପରମ୍ପରାକୁ ଭାଙ୍ଗି ବ୍ରିଫକେସ ବଦଳରେ ଗୋଟିଏ ଫୋଲ୍ଡରରେ ବଜେଟର ଦସ୍ତାବିଜକୁ ଆଣିଥିଲେ। ଏହାକୁ ବହି ଖାତା ବୋଲି କୁହାଯାଉଛି। ଚଳିତ ବଜେଟ୍‌ରେ ଗାଁ, ଗରିବ ଓ ଚାଷୀଙ୍କୁ ପ୍ରାଥମିକତା ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ତାଙ୍କ ଅଭିଭାଷଣରେ କହିଛନ୍ତି। ଏଥି ସହିତ ବଜେଟରେ ଆଉ କଣ କଣ କହିଛନ୍ତି ନିର୍ମଳା ସୀତାରମଣ ଆସନ୍ତୁ ସଂକ୍ଷେପରେ ଜାଣିବ।
ବଜେଟ୍‌ର ମୁଖ୍ୟାଂଶ:

  • ସୁନାରେ ୨.୫% ଉତ୍ପାଦ ଶୁଳ୍କ ବୃଦ୍ଧି।
  • ୫ ଲକ୍ଷରୁ କମ୍‌ ଆୟ ପାଇଁ ଆୟକର ଛାଡ଼ ।
  • ପ୍ୟାନ୍‌ ବଦଳରେ ଆଧାର ନମ୍ବରରେ ଟିକସ ଦେଇହେବ ।
  • କର୍ପୋରଟ୍‌ ଟିକସ କୋହଳ ।
  • ବଡ଼ ଆୟକରଦାତାଙ୍କ ଉପରେ ବୋଝ ।
  • ୧୩.୧୫- ପେଟ୍ରୋଲ-ଡିଜେଲରେ ୧ଟଙ୍କାର ସେସ୍‌ ବୃଦ୍ଧି ପାଇଁ ପ୍ରସ୍ତାବ ।
  • ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ୭୦ ହଜାର କୋଟି ।
  • ଜିରୋ ବଜେଟ୍‌ କୃଷି ପ୍ରଣାଳୀ ।
  • ବର୍ଷକୁ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଉଠାଣ କ୍ଷେତ୍ରରେ ୨% ଟିଡିଏସ୍‌ ଲାଗୁ ହେବ।
  • ଆଧାର ଏବଂ ପାନ୍‌ ପରସ୍ପର ସହିତ ଇଣ୍ଟରଚେଞ୍ଜେବଲ୍‌ ହେବ। ଅର୍ଥାତ ଗୋଟିଏ ସ୍ଥାନରେ ଅନ୍ୟଟି ବ୍ୟବହାର କରିହେବ।
  • ୪୦୦ କୋଟିରୁ ଊର୍ଦ୍ଧ୍ୱ କାରବାର ଥିବା କମ୍ପାନୀ ଦେବେ ୨୫% କର୍ପୋରେଟ୍‌ ଟିକସ।
  • ବାର୍ଷିକ ୫ ଲକ୍ଷ ଟଙ୍କାରୁ କମ୍‌ ଆୟ ଥିଲେ ଦେବାକୁ ପଡ଼ିବନି ଆୟକର।
  • ବିଦ୍ୟୁତ ଚାଳିତ ଯାନ କିଣା ପାଇଁ ଋଣରେ ଅତିରିକ୍ତ ଟିକସ ରିହାତି। ଅର୍ଥାତ ଶସ୍ତାରେ ମିଳିବ ଇ-ଭେଇକିଲ।
  • ଯୁବବର୍ଗଙ୍କ ଜ୍ଞାନ ବୃଦ୍ଧି ପାଇଁ ଆସିବ ଗାନ୍ଧି-ପେଡିଆ।
  • ଆଧାରରେ ପଞ୍ଜୀକୃତ ହେବେ ଭାରତୀୟ ପାଶପୋର୍ଟ ଥିବା ଏନ୍‌ଆରଇ ।
  • ଏସ୍‌ଏଚ୍‌ଜି ମହିଳାଙ୍କୁ ମୁଦ୍ରା ଯୋଜନାରେ ୧ ଲକ୍ଷ ଟଙ୍କା ଯାଏ ଋଣ।
  • ଷ୍ଟାର୍ଟଅପ୍‌ଙ୍କ ପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ।
  • ପ୍ରତି ମହିଳା ସଂୟ ସହାୟିକା ଗୋଷ୍ଠୀ ସଦସ୍ୟଙ୍କର ଜନଧନ ଆକାଉଣ୍ଟ ଥିଲେ ୫ ହଜାର ଟଙ୍କା ଯାଏ ଓଭରଡ୍ରାଫ୍ଟର ସୁଯୋଗ। ମୁଦ୍ରା ଯୋଜନାରେ ମିଳିବ ବ୍ୟାପକ ଋଣର ସୁଯୋଗ।
  • ସବୁ ଗାଁରେ ହେବ କଠିନ ବର୍ଜ୍ୟବସ୍ତୁ ପରିଚାଳନା।
  • ଦେଶର ବନବାସୀ, ଆଦିବାସୀ ବା ଜନଜାତି ଐତିହ୍ୟର ସଂରକ୍ଷଣ ପାଇଁ ସେମାନଙ୍କ ସଙ୍ଗୀତ, କଳା ଏବଂ ସଂସ୍କୃତିର ଡକ୍ୟୁମେଣ୍ଟେସନ୍‌ କରାଯିବ
  • ଜାତୀୟ କ୍ରୀଡ଼ା ବିକାଶ ବୋର୍ଡ ଗଠିତ ହେବ।
  • ଭାରତର ସୃଜନାତ୍ମକ ଉଦ୍ୟୋଗଙ୍କୁ ଆର୍ଥିକ ବ୍ୟବସ୍ଥା ସହ ଯୋଡ଼ିବା ସହ ଜିଆଇ ଟ୍ୟାଗ୍‌ର ବ୍ୟବସ୍ଥା କରାଯିବ ଏବଂ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ାଯିବ।
  • ୯୮% ସହର ଖୋଲା ଶୌଚରୁ ମୁକ୍ତ ହେବ।
  • ଚଳିତ ଆର୍ଥିକ ବର୍ଷରେ ହିଁ ଭାରତର ଅର୍ଥନୀତିକୁ ୩ ଟ୍ରିଲିଅନ୍‌ରେ ପହଞ୍ଚାଇବାର ଲକ୍ଷ୍ୟ।
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ୧.୯୫ କୋଟି ଘର ନିର୍ମାଣର ଲକ୍ଷ୍ୟ।
  • ଉତ୍ତମ ଜାତୀୟ ଶିକ୍ଷାଦାନ ଜାତୀୟ ଶିକ୍ଷା ନୀତି ପ୍ରଣୟନ
  • ଶ୍ରମିକ ଚାଲାଣ ବ୍ୟବସ୍ଥା ପାଇଁ ୪ଟି ଶ୍ରମ କୋଡ କରାଯିବ ।
  • ଗ୍ରାମୀଣ-କୃଷି କ୍ଷେତ୍ରରେ ୭୫ ହଜାର କୁଶଳୀ ଉଦ୍ୟୋଗୀ ଆରମ୍ଭ କରିବେ ବ୍ୟବସାୟ।
  • ଭାରତ ହେବ ଏଜୁକେସନ୍‌ ହବ୍‌, ବିଦେଶୀ ଛାତ୍ରଙ୍କୁ ଭାରତରେ ଶିକ୍ଷାଗ୍ରହଣ ପାଇଁ ମିଳିବ ପ୍ରୋତ୍ସାହନ।
  • ଗାଁମାନଙ୍କରେ ଜଳ ଯୋଗାଣ ପାଇଁ ‘ହର୍‌ ଘର ଜଲ୍‌। ୨୦୨୪ ସୁଦ୍ଧା ସବୁ ସହରୀ ପାନୀୟ ଜଳ।
  • ବୀମା କ୍ଷେତ୍ରରେ ୧୦୦% ଏଫ୍‌ଡିଆଇ ବା ବିଦେଶୀ ପୁଞ୍ଜିନିବେଶ ମଧ୍ୟ ବିଚାର କରାଯାଉଛି।
  • ଭାରତ ମହାକାଶରେ ବ୍ୟବସାୟ ଆରମ୍ଭ କରିବ। ଏଥିପାଇଁ ଏକ କମ୍ପାନୀ ମଧ୍ୟ ଖୋଲାଯିବ।
  • ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବ୍ୟୟକୁ ଦ୍ବିଗୁଣିତ କରାଯାଇଛି
  • ବଢିବ ପେଟ୍ରୋଲ, ଡିଜେଲ୍‌ ଓ ସୁନା ଦର ।
  • ସୁନା ଓ ଦାମୀ ଧାତୁ ଉପରେ କଷ୍ଟମ ଡ୍ୟୁଟି ୧୦ରୁ ୧୨.୫% ବୃଦ୍ଧି ପାଇଁ ପ୍ରସ୍ତାବ ।
  • ଇମ୍ପୋଟେଡ୍‌ ବହି ଉପରେ ଟିକସ ଓ ଦାମ ବଢିବ ।
  • ଦେଶର ସବୁ ପଞ୍ଚାୟତକୁ ଡିଜିଟାଲ୍‌ କନେକ୍ସନ ମିଳିବ ।
  • ବଡ଼ ଆୟକରଦାତାଙ୍କ ପାଇଁ ୩%ରୁ ୭% ପର୍ଯ୍ୟନ୍ତ ସରଚାର୍ଜ
  • ତମାଖୁ ଓ ତମାଖୁଜାତ ଦ୍ରବ୍ୟ ଉପରେ ଟିକସ ବୃଦ୍ଧି
  • ସୋଲାର ପ୍ୟାନେଲ୍‌, ଚମଡ଼ାଜାତ ଦ୍ରବ୍ୟର ମୂଲ୍ୟ ହ୍ରାସ ରହିବ ।
  • ସିସିଟିଭି, ମାର୍ବଲ, ଟାଇଲ, କାଗଜ ଦର ବଢିବ ।
  • ରେଲେଓ୍ବ ବିକାଶ ପାଇଁ ପବ୍ଲିକ୍‌ ପ୍ରାଭଭେଟ୍‌ ପାଟର୍ନର ସିପ୍‌ ବ୍ୟବସ୍ଥା ।
  • ଉଚ୍ଚଶିକ୍ଷା ପାଇଁ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ ।
  • ୪୫ ଲକ୍ଷ ଟଙ୍କା ଗୃଡ ଋଣ ଉପରେ ସାଢ ତିନି ଲକ୍ଷ ଟଙ୍କାର ରିହାତି ।
  • ସିଙ୍ଗ୍‌ଲ ବ୍ରାଣ୍ଡ ରିଟେଲ୍‌ ସେକ୍ଟରରେ ଏଫଡିଆଇକୁ ମଂଜୁରୀ ।
  • ୬୦ ଟପିଲେ ଶ୍ରମିକଙ୍କୁ ମାସିକ ୩୦୦୦ ଟଙ୍କା ।

 

Comments are closed.