Odisha Link
Bridging the Missing Links in Odisha

ଟିକେଟ୍ ଫେରାଇଲେ ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ

ଓଏଲ୍‌ ବ୍ୟୁରୋ: ମେ’ ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନ ଜିତିବା ପାଇଁ କରୁଛନ୍ତି କସରତ। ଏସବୁ ମଧ୍ୟରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ନିର୍ବାଚନ ପୂର୍ବରୁ ଟିକେଟ୍‌ ଫେରାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି।

ଟିକେଟ୍‌ ଫେରାଇଥିବା ପ୍ରସଙ୍ଗରେ କଂଗ୍ରେସ ନେତ୍ରୀ ସୁଚରିତା ମହାନ୍ତି କହିଛନ୍ତି ଯେ ସେ ଯେଉଁଆଡ଼େ ଯାଉଛନ୍ତି, ସେଠି ଲୋକଙ୍କ ଶ୍ରଦ୍ଧା ମିଳୁଛି। କିନ୍ତୁ ଅର୍ଥ ନଥିଲେ ନିର୍ବାଚନ ପ୍ରଚାର ସମ୍ଭବ ନୁହେଁ। ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନ ମିଳିବା କାରଣରୁ ସେ ଟିକେଟ ଫେରାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେ ଆହୁରି ଅଭିଯୋଗ କରି କହିଛନ୍ତି, ଏଆଇସିସିସକୁ ‌ପୁରୀ ଲୋକସଭା ଅନ୍ତର୍ଗତ ୭ରୁ ୪ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ବଦଳାଇବା ଲାଗି ଜଣାଇଥିଲି। ହେଲେ ସେଭଳି କରାଗଲା ନାହିଁ।ଏନେଇ ସେ ଇମେଲ ଯୋଗେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଦଳର ସଂଗଠନ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଜଣାଇଛନ୍ତି।

ସୂଚନାଥାଉକି, ମେ’ ୨୫ ତାରିଖରେ ପୁରୀ ଲୋକସଭା କ୍ଷେତ୍ର ପାଇଁ ମତଦାନ ହେବ। ନାମାଙ୍କନ ଭରିବାକୁ ମାତ୍ର ୩ ଦିନ ବାକି ରହିଛି। ଏହା ଭିତରେ ସୁଚରିତା ଟିକେଟ୍ ଫେରାଇବା ପରେ ଏହି ଆସନରୁ କଂଗ୍ରେସ ପୁଣି କାହାକୁ ପ୍ରାର୍ଥୀ କରିବ ବୋଲି ଦ୍ୱନ୍ଦ୍ୱ ଉପୁଜୁଛି।

Leave A Reply

Your email address will not be published.