Odisha Link
Bridging the Missing Links in Odisha

ନବୀନଙ୍କ ମାରାଥନ ପ୍ରଚାର, ଆଜି ୪ ଜିଲ୍ଲା ଗସ୍ତ କରିବେ ବିଜେଡି ମୁଖିଆ

ଓଏଲ୍‌ ବ୍ୟୁରୋ: ନବୀନ ନିବାସରୁ ଯୋଡ଼ି ଶଙ୍ଖ, ହିଞ୍ଜିଳି ଓ ଶେରଗଡ଼ରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି କରିବେ ମାରାଥନ ପ୍ରଚାର। ଦିନକରେ ୪ଟି ଜିଲ୍ଲାରେ ନିର୍ବାଚନୀ ପ୍ରଚାର କରିବେ ନବୀନ ପଟ୍ଟନାୟକ। ଚଳିତ ସାଧାରଣ ନିର୍ବାଚନରେ ଦ୍ବିତୀୟ ଥର ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରଥମେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଯିବେ। ପ୍ରଥମେ ସକାଳ ୧୦ଟାରେ କୋରାପୁଟରେ ପହଞ୍ଚି ବିଶାଳ ଜନସଭାକୁ ଉଦବୋଧନ ଦେବେ।ଏହାପରେ ୧୧ଟା ୪୦ରେ ନବରଙ୍ଗପୁରରେ ପହଞ୍ଚି ପ୍ରଚାର କରିବେ ନବୀନ।ସେଠାରୁ ରାୟଗଡ଼ା ଯାଇଁ ୩ଟା ୪୦ରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ।ଶେଷରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ବିଶାଳ ଜନସଭାକୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ନବୀନଙ୍କ ସହ ୫-ଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିବେ।

ସୂଚନାଥାଉକି, ପୂର୍ବରୁ ହିଞ୍ଜିଳିରୁ ବିଧାନସଭା ଆସନରୁ ନାମାଙ୍କନପତ୍ର ଭରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଭାବେ ଭରିଥିଲେ ନାମାଙ୍କନ। ଏହି ଆସନରୁ ଲଗାତାର ପାଞ୍ଚ ଥର ନିର୍ବାଚିତ ହୋଇ ଆସିଛନ୍ତି ନବୀନ। ଚଳିତ ନିର୍ବାଚନରେ ନବୀନ ହିଞ୍ଜିଳି ବ୍ୟତୀତ କଣ୍ଟାବାଞ୍ଜିରୁ ବି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଉଭୟ ଆସନରେ ମେ ୨୦ ତାରିଖରେ ହେବ ମତଦାନ।

Leave A Reply

Your email address will not be published.