Odisha Link
Bridging the Missing Links in Odisha

୨ ଦିନିଆ ଓଡ଼ିଶା ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍‌‌.ଜୟଶଙ୍କର, କାଲି ଆସିବେ ନଡ୍ଡା

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପିର ପ୍ରମୁଖ ଶୀର୍ଷ ନେତାଙ୍କ ଓଡ଼ିଶା ଗସ୍ତ ଜାରି ରହିଛି। ଏହି କ୍ରମରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଁଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର।ଭୁବନେଶ୍ୱର ବିମାନବନ୍ଦରରେ ଜୟଶଙ୍କରଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତାଗଣ।

୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଭୁବନେଶ୍ୱରରେ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସକାଳେ କଟକ ଯାଇ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ଅପରାହ୍ନରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ।

ଓଡ଼ିଶାରେ ଅଧିକ ସିଟ୍ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଏଣୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ଆଜି ଓ କାଲି ସେ ଦୁଇଦିନ ଓଡ଼ିଶାରେ ରହିବେ। ସେହିଭଳି ୫ତାରିଖ ଅପରାହ୍ନରେ ଆସିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱରରେ ପ୍ରମୁଖ ନେତାଙ୍କ ସହ କରିବେ ଆଲୋଚନା। କଟକରେ ମଧ୍ୟ ନଡ୍ଡାଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର।

Leave A Reply

Your email address will not be published.