Odisha Link
Bridging the Missing Links in Odisha

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଭଡ଼ା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଭରତପୁର ଥାନା ଅଧିନ ଏକ ବସ୍ତିରେ ଘଟିଛି ଏଭଳି ଘଟଣା।ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତ ବିଷ୍ଣୁପ୍ରିୟା ଓ ତାଙ୍କ ସାଙ୍ଗ ଭୁବନେଶ୍ବର ଭରତପୁର ଥାନା ଅଧୀନ ଏକ ବସ୍ତିରେ ଭଡ଼ା ଘରେ ରହୁଥିଲେ। ଭଡ଼ାଘରୁ ବିଷ୍ଣୁପ୍ରିୟାଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ଅନ୍ୟ ଯୁବତୀ ଜଣଙ୍କ ଫେରାର ହୋଇଯାଇଛନ୍ତି। ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ହୋଇଥିବାରୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଅନ୍ୟପଟେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛି ଭରତପୁର ଥାନା ପୁଲିସ। ଏହି ଆତ୍ମହତ୍ୟା ବୋଲି ସୂଚନା ଦେଇଛନ୍ତି ଭରତପୁର ଆଇଆଇସି। ସାଇଣ୍ଟିଫିକ ଟିମ୍‌ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.