ନିଜ ବୋମାରେ ନିଜେ ସଫା

ଭଞ୍ଜନଗର: ପକେଟ୍ରେ ବୋମା ରଖିଥିଲେ ହେଲେ ତାହା ଫୁଟିଗଲା। ଆଉ ଚାଲିଗଲା ଜୀବନ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଏହି ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ କରି ମୋଟର ସାଇକେଲରେ ଘଟଣାସ୍ଥଳରୁ ଚମ୍ପଟ ମାରୁଥିଲେ। ଏହି ସମୟରେ ଡହ ନିକଟ ଗୋଚ୍ଛାପଲ୍ଲୀ ନିକଟରେ ପୁଲିସ୍ ସହ ଦୁର୍ବୃତ୍ତଙ୍କ ମୁହାଁମୁହିଁ ହୋଇଥିଲା। ତେବେ ପୁଲିସ୍ ଉପରକୁ ବୋମା ଫିଙ୍ଗି ଖସିଯିବା ପାଇଁ ଉଦ୍ୟମ କରିବା ବେଳେ ଜଣଙ୍କ ବାଇକ୍ ସ୍ଲିପ୍ କରିଯିବାରୁ ପକେଟ୍ରେ ରଖିଥିବା ବୋମାଟି ଫୁଟି ଯାଇଥିଲା।