ସାଇକୋ କିଲରକୁ ଧରି ହତ୍ୟାକାଣ୍ଡର ସ୍ଥାନ ବୁଲୁଛି ପୋଲିସ

କଟକ : ଗିରଫ ନାରାୟଣ ସାହୁକୁ ବାରମ୍ୱାର ଜେରା କରିବା ପରେ ଆଜି ରାଣୀହାଟ, ଓଏମପି ଛକରେ ଘଟଣା ସ୍ଥଳକୁ ନେଇ ଯାଞ୍ଚ କରିଛି ପୋଲିସ। ଫରେନସିକ୍ ଟିମ୍ ଅଭିଯୁକ୍ତ ନାରାୟଣ ସାହୁକୁ ନେଇ ହତ୍ୟାକାଣ୍ଡ ସ୍ଥଳରେ ଅନୁଧ୍ୟାନ କରିବା ସହ ସେ ରହୁଥିବା ସ୍ଥାନକୁ ବି ବୁଲି ଦେଖିଛି। ତଦନ୍ତ ବେଳେ ପୋଲିସକୁ ମିଳିଛି କିଛି ସୁରାକ୍। ହତ୍ୟାରେ ବ୍ୟବହାର କିଛି ସମାଗ୍ରୀକୁ ପୋଲିସ ଜବତ କରିଛି। ଏହା ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିଲା କି ନାହିଁ ଫରେନସିକ୍ ଲ୍ୟାବକୁ ପଠାଯିବ ବୋଲି ପୋଲିସ କହିଛି। କଟକରେ ୪୮ ଘଣ୍ଟା ଭିତରେ ୩ଟି ହତ୍ୟାକାଣ୍ଡ ଘଟାଇଥିବା ସାଇକୋ କିଲର ଠାରୁ ଆହୁରି ସତ ବାହାର କରିବାକୁ ପୋଲିସ ତଦନ୍ତ ଜାରି ରଖିଛି।
କଟକର ସାଇକୋ କିଲର୍ ଗିରଫ ହେବା ପରେ ସହରବାସୀ ଆଶ୍ୱସ୍ତ ହୋଇଛନ୍ତି ସତ। କିନ୍ତୁ ଗିରଫ ହୋଇଥିବା ନାରାୟଣ ସାହୁ ଯେ, ସେଇ ସାଇକୋ କିଲର୍ ତାକୁ ନେଇ ବଢ଼ୁଛି ସନ୍ଦେହ। କାରଣ, ଅଭିଯୁକ୍ତଙ୍କ ପରିବାର ଲୋକ ଦାବି କରିଛନ୍ତି, ହତ୍ୟାକାଣ୍ଡ ଘଟିବା ଦିନ ନାରାୟଣ ସାହୁ ଘରେ ଥିଲେ। ଏମିତି କି ମାଛିକୁ ମ’ କହୁନଥିବା ଲୋକ କେମିତି ମଣିଷ ମାରିଲେ ବୋଲି ତାଙ୍କ ପତ୍ନୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ହତ୍ୟାକାଣ୍ଡ ପଛର କାରଣ ଖୋଜିବାକୁ ଗିରଫ ନାରାୟଣ ସାହୁ ଜାରି ରଖିଛି ପଚରାଉଚୁରା।