Odisha Link
Bridging the Missing Links in Odisha

୬ରେ ଛତିଶଗଡ଼-ଓଡ଼ିଶା ବୈଠକ

ସମ୍ବଲପୁର : ଆସନ୍ତା ୬ ତାରିଖ ଦିନ ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ ଅନୁଷ୍ଠିତ ହେବ । ଛତିଶଗଡର ରାୟପୁରରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁନୀଲ ନାୟକ ସୂଚନା ଦେଇଛନ୍ତି । ଡ୍ୟାମର ଜଳ ପରିଚାଳନା ନେଇ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ବୈଠକରେ ଉଭୟ ରାଜ୍ୟର ଜଳ ସମ୍ପଦ ଅଧିକାରମାନେ ଯୋଗଦେବେ । ଏଥିସହ ହୀରାକୁଦ ଡ୍ୟାମର ଉଚ୍ଚପଦାଧିକାରୀଙ୍କ ସମେତ ମୁଖ୍ୟଯନ୍ତ୍ରୀ ମଧ୍ୟ ଯୋଗଦେବେ । ଉଭୟ ରାଜ୍ୟ ମଧ୍ୟରେ ତଥ୍ୟ ଆଦାନପ୍ରଦାନ ଓ ସମନ୍ୱୟ ନେଇ ବୈଠକରେ ଆଲୋଚନା କରାଯିବ ବୋଲି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁନୀଲ ନାୟକ ସୂଚନା ଦେଇଛନ୍ତି ।

Comments are closed.