ବର୍ଷା ଯୋଗୁଁ ମାଲକାନଗିରିରେ ଦୁଇ ଦିନ ସ୍କୁଲ ବନ୍ଦ

ମାଲକାନଗିରି : ଦୁଇ ଦିନ ଶୁକ୍ରବାର ଓ ଶନିବାର ମାଲକାନଗିରି ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଘୋଷଣା ହୋଇଛି । ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁସାରେ, ଗୁରୁବାର ରାତି ଠାରୁ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଉପରେ ବିପଦ ସଂକୁଳ ଅବସ୍ଥାରେ ପାଣି ପ୍ରବାହିତ ହେଉଛି। ସେଥିପାଇଁ ଖଇରପୁଟ ବ୍ଲକ ସଦର ପଞ୍ଚାୟତର ୩ ଖଣ୍ଡ ଗ୍ରାମ ମାଝିଗୁଡା,କେନ୍ଦୁଗୁଡା ଓ ଗମ୍ଭାରୀଭଟ୍ଟା ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି। କିଛି ଗ୍ରାମବାସୀ ବନ୍ୟା ଜଳରେ ଫସି ଯାଇଥିବାରୁ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ସେହି ସ୍ଥାନରେ ପ୍ରଶାସନ ତରଫରୁ କୌଣସି ଅଧିକାରୀ, ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ନାହାନ୍ତି ।