Odisha Link
Bridging the Missing Links in Odisha

ବାହୁବଳୀ ଷ୍ଟାଇଲରେ ୪୫ ଦିନର ଶିଶୁକୁ ବଞ୍ଚାଇଲେ ପୁଲିସ୍‌ କର୍ମଚାରୀ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ଆପଣ ବାହୁବଳୀ ଫିଲ୍ମ ଦେଖିଥିବେ ନିଶ୍ଚୟ। ଫିଲ୍ମରେ ମହେନ୍ଦ୍ର ବାହୁବଳୀ ତାଙ୍କ ପାଳିତ ମାତାଙ୍କ କଷ୍ଟ ଦୂର କରିବା ପାଇଁ ଏକ ଶିବଲିଙ୍ଗକୁ ନିଜ କାନ୍ଧରେ ଧରି ଏକ ଜାଗାରେ ସ୍ଥାପିତ କରୁଥିଲେ। ଏହି ଦୃଶ୍ୟ ଆପଣ ଦେଖିଥିବେ ନିଶ୍ଚିତ।ଆପଣ ଭାବୁଥିବେ ଆମେ ଏକଥା କହୁଛୁ କଣ ପାଇଁ। ତେବେ ଜାଣନ୍ତୁ ପୁରା ଘଟଣା। ଏବେ ସାରା ଦେଶରେ ଚର୍ଚ୍ଚାରେ ବାହୁବଳୀ ପୁଲିସ୍‌ କର୍ମଚାରୀ। ଗୁଜରାଟର ଭଦୋଦରାରେ ଭୟଙ୍କର ବନ୍ୟା କାରଣରୁ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଜଣେ ପୁଲିସ୍‌ ଅଧିକାରୀ ଗୋଟିଏ ଶିଶୁକୁ ଉଦ୍ଧାର କରିବାର ଫଟୋ ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଆଇପିଏସ୍‌ ଅଧିକାରୀ ଗୋବିନ୍ଦ ଚାନ୍ଦ ୪୫ ଦିନର ଶିଶୁକୁ ତାଙ୍କ ମୁଣ୍ଡ ଉପରେ ଥିବା ଏକ ଟବ୍‌ରେ ରଖି ଆଗେଇ ଚାଲୁଛନ୍ତି। ଫଟୋରେ ସ୍ପଷ୍ଟ ଦେଖାଯାଉଛି ବାହୁବଳୀ ଫିଲ୍ମରେ ନାୟକ ଶିବଲିଙ୍ଗ ଧରି ମାଡ଼ିଚାଲିବା ଭଳି ସେ ମଧ୍ୟ ନିର୍ଭୟରେ ଆଗକୁ ଆଗେଇ ଚାଲିଛନ୍ତି।

ତାଙ୍କର ଏପରି ବାହୁବଳୀ ଷ୍ଟାଇଲ୍‌ରେ ଅଭିଭୂତ ହୋଇ ଅତିରିକ୍ତ ଡିଜିପି ଶମଶେର୍‌ ସିଂହ କହିଛନ୍ତି, “ଭଦୋଦରାର ଏହି ପୁଲିସ୍ ଅଧିକାରୀଙ୍କ ମାନବିକତା ମୋତେ ଗର୍ବିତ କରିଛି। ସେ ପ୍ରଶଂସନୀୟ ସାହସ ଏବଂ କର୍ତ୍ତବ୍ୟ ପରାୟଣତା ଦେଖାଇଛନ୍ତି। ସେ ସେଇ ଶିଶୁ ଏବଂ ତା’ର ପରିବାରକୁ ଉଦ୍ଧାର କରିଛନ୍ତି।” ସୂଚନାଥାଉକି, ଗତ ୨୪ ଘଣ୍ଟାରେ ଏଠାରେ ୪୯୯ ମିଲିମିଟର ଅର୍ଥାତ ୫୦ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। କର୍ତ୍ତୃପକ୍ଷ ଆଜ୍‌ୱା ଡ୍ୟାମ୍‌ରୁ ପାଣି ଛାଡ଼ିଦେବା ପରେ ଏଠାରେ ପରିସ୍ଥିତି ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି।

Comments are closed.