Odisha Link
Bridging the Missing Links in Odisha

ବିଜେଡି ସରକାର ନ ଗଢ଼ିଲେ, ମୁଁ ରାଜନୀତିରୁ ସନ୍ନ୍ୟାସ ନେବି: ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏହି କ୍ରମରେ ବିଜୁ ଜନତା ଦଳ ପାଇଁ ପ୍ରଚାର ମୈଦାନକୁ ଓଲ୍ହାଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ।

ବ୍ରଜରାଜନଗରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭି.କେ ପାଣ୍ଡିଆନ କହିଛନ୍ତି, ଜୁନ ୯ ତାରିଖରେ ତିନି ଚତୁର୍ଥାଂଶରୁ ଅଧିକ ଆସନରୁ ଜିତି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ନହେଲେ ସେ ରାଜନୀତିରୁ ସନ୍ନ୍ୟାସ ନେବେ। ଦମ୍ ଅଛି ତ କୁହନ୍ତୁ ବିଜେପି ତିନି ଚତୁର୍ଥାଂଶ ଆସନ ହାସଲ କରିବ। ବ୍ରଜରାଜନଗରରୁ ଭି.କେ ପାଣ୍ଡିଆନ ବିରୋଧୀଙ୍କୁ ଏହି ଆହ୍ବାନ ଦେଇଛନ୍ତି।

Leave A Reply

Your email address will not be published.