Odisha Link
Bridging the Missing Links in Odisha

ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସୁପ୍ରିମ ଆଶ୍ବସ୍ତି; ମିଳିଲା ଅନ୍ତରୀଣ ଜାମିନ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗିରଫ ପରେ କେଜ୍ରିୱାଲ ତିହାର ଜେଲରେ ରହିଛନ୍ତି।

ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ଆସନ୍ତା ଜୁନ୍ ୨ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଅନ୍ତରୀଣ ଜାମିନ ପାଇବା ପରେ କେଜ୍ରିୱାଲ ଏବେ ଆପ୍ ପାଇଁ ପ୍ରଚାର କରିବେ। ଏହାପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ କେଜ୍ରିୱାଲଙ୍କୁ ଜାମିନ ଦିଆଯିବା ପ୍ରସଙ୍ଗକୁ ନେଇ ଇଡି ଜୋରଦାର ବିରୋଧ କରିଥିଲା।

Leave A Reply

Your email address will not be published.