୭ ଜିଲ୍ଲାରେ ବର୍ଷା ସମ୍ଭାବନା; ସତର୍କଘଣ୍ଟି ବଜାଇଲା ପାଣିପାଗ ବିଭାଗ

ଓଏଲ୍ ବ୍ୟୁରୋ: ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଥିଲା। ଏବେ ଏହି ତାତିରୁ ମିଳିଛି ଆଶ୍ୱସ୍ତି। ଦୁଇ ଦିନ ହେବ କାଳବୈଶାଖୀ ବର୍ଷା ପାଇଁ ତାତିରୁ କିଛି ମାତ୍ରାରେ ମିଳିଛି ଆଶ୍ୱସ୍ତି। ଆଗାମୀ ୩ ଘଣ୍ଟା ପାଇଁ ଦ୍ବୈତ ନଗରୀକୁ ବର୍ଷା ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ।
ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି କରାଯାଇଛି। ଭୁବନେଶ୍ବରରେ ୩୦ରୁ ୪୦ କିମି ବେଗରେ ପବନ ସହ ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, କଟକ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ପାଇଁ ସତର୍କତା ଜାରି ହୋଇଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସୂଚନା ଜାରି ହୋଇଛି।