Odisha Link
Bridging the Missing Links in Odisha

ଅକ୍ଷୟ ତୃତୀୟା ସତ୍ତ୍ୱେ ସୁନା ଦରରେ ନାହିଁ ବଡ଼ ପରିବର୍ତ୍ତନ; ତଥାପି ଗହଣା ଦୋକାନରେ ଭିଡ଼

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ସୁନା ଦର ବଢ଼ିଚାଲିଛି। ତେବେ ଅକ୍ଷୟ ତୃତୀୟା ସତ୍ତ୍ୱେ ସୁନା ଦର ଆକାଶ ଛୁଆଁ ରହିଛି। ନିର୍ବାଚନ ଋତୁ ଚାଲିଥିବା ବେଳେ ପୂର୍ବାପେକ୍ଷା ସୁନାଦର କମିଥିଲେ ବି ମହଙ୍ଗା ରହିଛି। ତଥାପି ଗହଣା ଦୋକାନରେ ଭିଡ଼ ହୋଇଛି। ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଶୁକ୍ରବାର ୧୧୦ ଟଙ୍କା ହ୍ରାସ ପାଇ ୭୧,୬୦୦ ଟଙ୍କାରେ ପହଞ୍ଚି ଯାଇଛି। ସୁନା ରୂପା ଦାମରେ ପ୍ରତିଦିନ ଟ୍ୟାକ୍ସ ଏବଂ ଉତ୍ପାଦ ଶୁଳ୍କ ଯୋଗୁଁ ହ୍ରାସ ପାଇବାରେ ଲାଗିଛି। ତେବେ ସାଧାରଣ ଜନତାଙ୍କ ପାଇଁ ସୁନା ଦର ଆକାଶ ଛୁଆଁ ରହିଛି।

Leave A Reply

Your email address will not be published.