Odisha Link
Bridging the Missing Links in Odisha

ଭାସିଗଲା ଗୋବରୀ ନଦୀର ବାଉଁଶ ପୋଲ

ମହାକାଳପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଗୋବରି ନଦୀ ମିଲନମୋଡଠାରେ ଥିବା ବାଉଁଶ ପୋଲ ଭାସି ଯାଇଛି । ଫଳରେ ୩ଟି ପଞ୍ଚାୟତର ଲୋକମାନଙ୍କ ଯାତାୟତ ଠପ୍ ହୋଇଯାଇଛି । ବଡଦାଣ୍ଡୁଆ ପଞ୍ଚାୟତରୁ ବଡପାଳ ଯାତାୟତ ସୁବିଧା ପାଇଁ ଏକ ବାଉଁଶ ପୋଲ ନିର୍ମ।ଣ ହୋଇଥିଲା । ଏହି ବାଉଁଶ ପୋଲ ଉପରେ ମହାକାଳପଡା ବ୍ଲକର କଂସାର ବଡଦାଣ୍ଡୁଆ, ବହଢି, ସୁନିତି, ପଞ୍ଚାୟତର ଲୋକମାନେ ନିର୍ଭର କରନ୍ତି । ଏହି ପୋଲରେ ସାଇକେଲ, ମଟର ସାଇକେଲ, ସହଜରେ ପାର ହୋଇ ପାରୁଥିଲା ।
ହେଲେ ନଦୀରେ ଜୁଆର ଆସିବା ଫଳରେ ପୋଲ ଭାସିଯାଇଛି । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ସ୍ଥାୟୀ ସେତୁ ପାଇଁ ବାରମ୍ବାର ଦାବି ହେବା ପରେ ୨୦୧୪ରେ ଏକ ହାଇଲେବୁଲ ବ୍ରିଜ୍ ନିର୍ମ।ଣ ପାଇଁ ଶୁଭାରମ୍ଭ ହୋଇଛି । ଏହି ବ୍ରିଜ୍ କାମ ୨ ବର୍ଷରେ ସରିବା କଥା ମାତ୍ର ଆଜି ପର୍ଯ୍ୟନ୍ତ କାମ ଅଧାପନ୍ତରିଆ ହୋଇ ପଡିରହିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

Comments are closed.