ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରେମରେ ପଡ଼ି ନିଜର ନାମ ବଦଳାଇଥିଲେ ଏହି ମୁସଲିମ ନେତା

ନୂଆଦିଲ୍ଳୀ: ଆଜି ପବିତ୍ର ଜନ୍ମାଷ୍ଟମୀ। ଏଥିପାଇଁ ସାରା ଦେଶରେ ବହୁତ ଧୁମଧାରେ ପାଳନ କରାଯାଉଛି ଜନ୍ମାଷ୍ଟମୀ। ଅପରପକ୍ଷେ ବିଭିନ୍ନ ମନ୍ଦିର ଏବଂ ମଠରେ ଦେଖିବାକୁ ମିଳୁଛି ଭକ୍ତଙ୍କ ସମାଗମ। ଭାଗବାନ ଶ୍ରୀକୃଷ୍ଣଙ୍କୁ ହିନ୍ଦୁମାନେ ଠାକୁର ଭାବେ ପୂଜା କରିଥାନ୍ତି। କେବଳ ହିନ୍ଦୁ ନୁହେଁ ମୁସଲମାନେ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଭକ୍ତି କରିଥାନ୍ତି। ଆଜି ଆମେ ଭଗବନା ଶ୍ରୀକୃଷ୍ଣଙ୍କୁ ଭଲ ପାଉଥିବା ଜଣେ ମୁସଲମାନଙ୍କ କଥା କହିବୁ।
ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତି କରୁଥିବା ଭକ୍ତ ହେଲେ ହସରତ ମୋହାନି। ସେ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ତଥା ଶାୟର ମୌଲାନା। ହସରତ ମୋହାନି ଶ୍ରୀକୃଷ୍ଣଙ୍କୁ ଏତେ ପ୍ରେମ କରୁଥିଲେ ଯେ, ତାଙ୍କ ନାଁ ବଦଳାଇ ହସରତ କୃଷ୍ଣା କରିଦେଇଥିଲେ। ସାରା ଜୀବନ କୃଷ୍ଣଙ୍କ ଭକ୍ତ ଭାବେ ସେ ଅନେକ କବିତା, ଗଜଲ୍ ଏବଂ ଶାୟରି ଲେଖିଥିଲେ। ହସରତଙ୍କ ପିଲାଦିନ କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାରେ କଟିଥିଲା। ମାତ୍ର ୨୦ ବର୍ଷ ବୟସରେ ସେ ବ୍ରିଟିଶ୍ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସମୟ ମିଳିଲେ ସେ ମନ୍ଦିରରେ ବସି କୃଷ୍ଣଙ୍କ ପ୍ରବଚନ ଶୁଣୁଥିଲେ।