Odisha Link
Bridging the Missing Links in Odisha

ସ୍କର୍ପିଓକୁ ଧକ୍କା ଦେଲା ଟ୍ରକ୍

ବାଲେଶ୍ବର : ବାଲେଶ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ରାଜଧାନୀ ଢ଼ାବା ନିକଟରେ ଏକ ସ୍କର୍ପିଓକୁ ଗୋଟିଏ ଟ୍ରକ୍ ଧକ୍କା ଦେଇଛି। ଫଳରେ ସ୍କର୍ପିଓରେ ଥିବା ଚାଳକଙ୍କ ସମେତ ୮ ଜଣ ରୂପସା ଝୋଟକାରଖାନାର ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଟ୍ରକଟି ପଛପଟୁ ଆସି ସ୍କର୍ପିଓକୁ ଧକ୍କା ଦେଇଥିଲା। ଏହାପରେ ସେହି ସ୍ଥାନରୁ ପଳାଇଯାଇଥିଲା।

Comments are closed.