Odisha Link
Bridging the Missing Links in Odisha

ନିମାପଡ଼ା ରାଜନୀତି ସରଗରମ, ଘନ ଘନ ବୈଠକ କରୁଛନ୍ତି ସମୀର ଦାଶ

ଓଏଲ୍‌ ବ୍ୟୁରୋ: ରୋଚକ ମୋଡ଼ରେ ନିମାପଡ଼ା ରାଜନୀତି। ବିଜେଡି ଟିକେଟ ଘୋଷଣା ହେବା ପରେ ନିମାପଡ଼ା ରାଜନୀତିରେ ସାମ୍ନାକୁ ଆସୁଛି ନୂଆ ନୂଆ ଖବର। ବିଜେଡି ନିମାପଡ଼ାରୁ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେବା ପରେ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ। ଅନ୍ୟପଟେ ଦିଲ୍ଲୀପ ନାୟକ ବିଜେଡି କର୍ମୀଙ୍କୁ ନେଇ ଗତକାଲି ନିର୍ବାଚନ ପରିଚାଳନା ପ୍ରସ୍ତୁତି ବୈଠକ କରି ଶକ୍ତି ପ୍ରଦର୍ଶନ କରିଛନ୍ତି।

ଏସବୁ ମଧ୍ୟରେ ଆଶା ଛାଡ଼ି ନାହାନ୍ତି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ। ନିଜ ସର୍ମଥକଙ୍କୁ ନେଇ ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କରୁଛନ୍ତି ବୈଠକ ପରେ ବୈଠକ। ଏବେ ମଧ୍ୟ ଶ୍ରୀ ଦାଶ ଆଶା ରଖି ରଖିଛନ୍ତି ନିମାପଡ଼ା ବିଧାୟକ ପ୍ରାର୍ଥୀ ବଦଳିବ ଓ ସେ(ସମୀର) କିମ୍ୱା ତାଙ୍କ ପତ୍ନୀ ବିଜେଡିରୁ ନିର୍ବାଚନ ଲଢ଼ିବେ।

ଶୁକ୍ରବାର ସମୀର ଦାଶ ନିମାପଡାର ଏକ ଘରୋଇ ମଣ୍ଡପରେ ବୈଠକ କରିଥିଲେ। ଯେଉଁଥିରେ ନିମାପଡା ବ୍ଲକ୍‌ ସଭାପତି ଅଶୋକ ସାହୁ, ନିମାପଡା ନଗର ବିଜେଡି ସଭାପତି ଜୀବନାନନ୍ଦ ମହାପାତ୍ର, ନିମାପଡା ଓ ଗୋପ ୪୬ଟି ପଞ୍ଚାୟର ସଭାପତି, ନିମାପଡା ଏନ୍‌ଏସିର ୧୧ଟି ୱାର୍ଡ଼ର ସଭାପତି ଓ ଦଳର ଅନ୍ୟାନ୍ୟ କାର୍ଯ୍ୟକାର୍ତ୍ତାମାନେ ସାମିଲ ଥିଲେ। ବୈଠକ ଘଣ୍ଟାଏରୁ ଅଧିକ ସମୟ ଧରି ଚାଲିଥିଲା। ବିଜେଡି ସୁପ୍ରିମୋ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଦାବି କରିଥିଲେ। ୩୦ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସମର୍ଥକଙ୍କୁ ସମୀର ଦାଶ ନିବେଦନ କରିଥିବା ଖବର ରହିଛି।

ଅନ୍ୟପଟେ ବିଜେଡି ଟିକେଟ ପାଇଥିବା ଦିଲ୍ଲୀପ ନାୟକ ଆରମ୍ଭ କରି ସାରିଲେଣି ନିର୍ବାଚନୀ ପ୍ରଚାର। ଦଳୀୟ ସମର୍ଥକଙ୍କୁ ନେଇ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଏଥିସହିତ ସେ ମଧ୍ୟ ତାଙ୍କ ସମର୍ଥକଙ୍କ ସହିତ ମିଶି ଶକ୍ତି ପ୍ରଦର୍ଶନ କରୁଛନ୍ତି। ଯାହା ଏବେ ନିମାପଡ଼ା ରାଜନୀତିରେ ନୂଆ ଟ୍ବିଷ୍ଟ ଆଣିଛି। ଦିଲ୍ଲୀପ ଟିକେଟ ପାଇଥିବା ବେଳେ ସମୀର ଦାଶ ଟିକେଟ ପରିବର୍ତ୍ତନ ପାଇଁ କରୁଛନ୍ତି ଜୋରଦାର ପ୍ରୟାସ।

ସୂଚନାଥାଉକି, ସମୀର ରଞ୍ଜନ ଦାଶ ଲଗାତାର ଭାବେ ନିମାପଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥର ଟିକଟ ମିଳିବ ବୋଲି ଭାବିଥିଲେ ଶ୍ରୀ ଦାଶ। ହେଲେ ବିଜେଡି ସୁପ୍ରିମୋ ତାଙ୍କୁ ଚକ୍‌ମା ଦେଇ ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ଯାହାକୁ ନେଇ ସମୀର ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ବିଜେଡି ସୁପ୍ରିମୋଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ନିଜର ସମର୍ଥକଙ୍କୁ ଧରି ଏକ ବିରାଟ ସମାବେଶ କରିଥିଲେ। ଯେଉଁ ୩୦ ହଜାରୁ ଅଧିକ ଲୋକ ସାମିଲ୍‌ ହୋଇଥିଲେ।

Leave A Reply

Your email address will not be published.