Odisha Link
Bridging the Missing Links in Odisha

ପୁରୀରେ ଝାଡ଼ାବାନ୍ତି ଆତଙ୍କ, ଗଲାଣି ୨ ଜୀବନ

ପୁରୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ତାତିରୁ ତ୍ରାହି ପାଇବା ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ପୁରୀ ସହରର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପୁଛି। ପୁରୀ ସହରର ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଯାବତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁରୀରେ ୨ ଜଣ ଆଖି ବୁଜି ସାରିଥିବା ବେଳେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ପୁରୀର ବାଲିସାହି, ରେଡ଼କ୍ରସ୍ ରୋଡ୍ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।ଏକାଧୀକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି।ମୃତକ ଦୁଇ ଜଣ ହେଲେ ବାଲିସାହିର ଦାମୋଦର ପଣ୍ଡା ଏବଂ ପୂର୍ଣ୍ଣବାସୀ ମଠର ମାତା ମା’।

Leave A Reply

Your email address will not be published.