Odisha Link
Bridging the Missing Links in Odisha

ଓଡ଼ିଶାରେ ପୂର୍ବଭଳି ଦେଖାଯାଉନି ଦାରିଦ୍ର୍ୟ: ରାଜନାଥ ସିଂହ

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଆଜି ଓଡ଼ିଶା ଗସ୍ତରେ ଆସି ରାଜନାଥ ସିଂହ ଭବାନୀପାଟଣା ଓ ରାୟଗଡାର ବିଭିନ୍ନ ଜନସଭାରେ ଯୋଗ ଦେଇଛନ୍ତି। ସେ ଦଳୀୟ ନେତାଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଥିବାବେଳେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ରାୟଗଡ଼ାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜନସଭାକୁ ସମ୍ବୋଧନ କରି କହିଛନ୍ତି, ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ। ଯାହା ଆମେ କହୁ ତାହା କରୁ, ଏହା ଆମ ଚରିତ୍ର ବୋଲି କହିଛନ୍ତି। ସେହିପରି ତିନି ତଲାକ୍ ସମାପ୍ତ କରିବାକୁ କହିଥଲୁ, ସମାପ୍ତ କଲୁ।

ରାୟଗଡା ଜନସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାଜନାଥ। ୫୦ ବର୍ଷ କଂଗ୍ରେସ ସରକାର, ୨୫ ବର୍ଷ ବିଜେଡି ସରକାର ଦେଖିବା ପରେ ବିଜେପିକୁ ପାଞ୍ଚ ବର୍ଷ ଦେବାକୁ ଅନୁରୋଧ କରିଛନ୍ତି ରାଜନାଥ। କଂଗ୍ରେସ ସବୁ ବେଳେ ନକରାତ୍ମକ ରାଜନୀତି କରିଥାଏ। ବିଜେପିର କାର୍ଯ୍ୟ ପ୍ରଣାଳୀ ବର୍ଣ୍ଣନା କରିବାକୁ ଯାଇ ରାଜନାଥ କହିଛନ୍ତି, ଆମ ସରକାର ଆସିବା ପରେ ଆତଙ୍କବାଦୀ ଆକ୍ରମଣ କମିଛି। ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି। ଏଣୁ ବିଜେପିକୁ କ୍ଷମତାକୁ ଆଣନ୍ତୁ ବୋଲି ଅନୁରୋଧ କରିଛନ୍ତି ରାଜନାଥ ସିଂହ।

ଏହା ସହ ଓଡ଼ିଶା ଚିତ୍ରକୁ ନେଇ ରାଜନାଥ ସିଂ କହିଛନ୍ତି, ୧୦ ବର୍ଷ ଭିତରେ ମୋଦି ସରକାର ଦାରିଦ୍ରତା ଦୂର କରିଛନ୍ତି। ବିଜେଡି ସରକାରରେ ଯେଉଁ ସୁବିଧା ମିଳୁନି, ବିଜେପି ଆସିଲେ ମିଳିବ। ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ ଉଠାଇ ଟାର୍ଗେଟ କଲେ। ରାଜ୍ୟରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ସୁବିଧା ମିଳିବ। ସମସ୍ତଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବ। ଆମେ ଯାହା କହୁ, ତାହା କରୁ। ଆସନ୍ତା ୧୦ ବର୍ଷ ଭିତରେ ଆଉ ଦାରିଦ୍ରତା ରହିବନି। ଓଡ଼ିଶାରେ ପୂର୍ବଭଳି ଆଉ ଦାରିଦ୍ର୍ୟ ଦେଖାଯାଉନି ବୋଲି ରାଜନାଥ ସିଂ ରାୟଗଡା ଜନସଭାରେ କହିଛନ୍ତି।

Leave A Reply

Your email address will not be published.