Odisha Link
Bridging the Missing Links in Odisha

ତୈଳ କମ୍ପାନୀ ଆଉ ଏୟାର ଇଣ୍ଡିଆକୁ ତେଲ ଦେବ ନାହିଁ, କାହିଁକି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଝଟକା। ଆର୍ଥିକ ସଙ୍କଟ ମଧ୍ୟରେ ଫସିଥିବା ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆକୁ ତେଲ ଦେବାକୁ ମନା କରିଛନ୍ତି ଜେଲ କମ୍ପାନୀ। ଦୀର୍ଘ ୨୦୦ ଦିନ ହେଲା ବିମାନ ଉଡ଼ାଣ ପାଇଁ ତେଲ ଯୋଗାଇ ଦେଉଥିବା କମ୍ପାନୀ ଗୁଡ଼ିକୁ ସଂସ୍ଥା ପକ୍ଷରୁ ଟଙ୍କା ଦିଆଯାଇନାହିଁ। ଫଳରେ ଉକ୍ତ କମ୍ପାନୀ ଗୁଡ଼ିକ ଆଜି ଏୟାର ଇଣ୍ଡିଆ ବିମାନ ସେବା ସଂସ୍ଥାକୁ ତେଲ ଦେବାକୁ ମନା କରିଦେଇଛନ୍ତି।

କୋଚି, ପୁଣେ, ପାଟନା, ରାଞ୍ଚି, ବିଶାଖପାଟନମ ଓ ମୋହଲିରେ ଥିବା ଏୟାର ଇଣ୍ଡିଆର ୬ଟି ତେଲ ଟାଙ୍କିରେ ଆଜି ତୈଳ ପହଞ୍ଚି ପାରିନାହିଁ। ଏହି କାରଣରୁ ବିମାନ ସେବା ଯୋଗାଇବା ଏୟାର ଇଣ୍ଡିଆ ପକ୍ଷେ କଷ୍ଟ ସାଧ୍ୟ ହେବ ବୋଲି ଆଶଙ୍କା କରାଯାଉଛି। ବିଭିନ୍ନ ତୈଳ କମ୍ପାନୀଗୁଡ଼ିକ ଏୟାର ଇଣ୍ଡିଆଠାରୁ ପ୍ରାୟ ୪୫୦୦ କୋଟି ଟଙ୍କା ପାଇବାକୁ ଅଛି। ଏହି କାରଣରୁ ଇଣ୍ଡିଆନ ଅଏଲ କର୍ପୋରେସନ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ପକ୍ଷରୁ ଏୟାର ଇଣ୍ଡିଆକୁ ତେଳ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତୈଳ ଯୋଗାଣର ୯୦ ଦିନ ମଧ୍ୟରେ ଟଙ୍କା ଦେବାର ନିୟମ ରହିଛି। ହେଲେ ଏୟାର ଇଣ୍ଡିଆ ପ୍ରାୟ ୨୦୦ ଦିନ ହେଲା ତୈଳ ବାବଦ ଅର୍ଥ ପୈଠ କରିନାହିଁ।

Comments are closed.