Odisha Link
Bridging the Missing Links in Odisha

ନିର୍ବାଚନୀ ମହାପର୍ବ: ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ନିର୍ବାଚନର ମହାପର୍ବ। ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଓ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ସେହିଭଳି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଲୋକସଭା ଆସନ ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସବୁ ଆସନରେ ଆସନ୍ତା ମେ’ ୨୫ ତାରିଖରେ ନିର୍ବାଚନ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବାବେଳେ ପୁରୀ ବିଧାନସଭା ଆସନ ପାଇଁ ସୁନୀଲ ମହାନ୍ତି ନାମାଙ୍କନ ଭରିଛନ୍ତି। ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୁନୀଲ ମହାନ୍ତି ନାମାଙ୍କନ ଭରିଛନ୍ତି। ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ଉପସ୍ଥିଟିରେ ସୁନୀଲ ମହାନ୍ତି ନାମାଙ୍କନ ଭରିଛନ୍ତି।

Leave A Reply

Your email address will not be published.