Odisha Link
Bridging the Missing Links in Odisha

ରାଜନୈତିକ ପ୍ରଚାରରେ ନିୟୋଜିତ ହେବେନି ଶିଶୁ; ଅବଗତ କରାଇଲେ ନିର୍ବାଚନ ଆୟୋଗ

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଏବେ ନିର୍ବାଚନୀ ତାତି। ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ନିର୍ବାଚନ ସଂପର୍କିତ କୌଣସି ପ୍ରକାର କାର୍ଯ୍ୟକଳାପରେ କୌଣସି ରାଜନୈତିକ ଦଳ ବା ପ୍ରାର୍ଥୀମାନଙ୍କ ଦ୍ୱାରା ଶିଶୁମାନଙ୍କୁ ନିୟୋଜିତ କରାଯାଇପାରିବ ନାହିଁ। ଏହା ଉପରେ ଭାରତ ନିର୍ବାଚନ ଆୟୋଗ ନିଷେଧାଦେଶ ଜାରି କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ଗତ କିଛିଦିନ ହେବ ବିଭିନ୍ନ ରାଜନୈତିକ ଦଳ କିମ୍ବା ପ୍ରାର୍ଥୀମାନଙ୍କ ଦ୍ୱାରା ଶୋଭାଯାତ୍ରା, ପ୍ରଚାର ଆଦି କାର୍ଯ୍ୟରେ ଶିଶୁମାନଙ୍କୁ ନିୟୋଜିତ କରାଯାଉଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନେକ ଅଭିଯୋଗ ହସ୍ତଗତ ହୋଇଛି। ଏହି ପରିପ୍ରେକ୍ଷୀରେ ଶିଶୁମାନଙ୍କୁ କୌଣସି ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପରେ ନିୟୋଜିତ ନକରିବା ପାଇଁ ଏବଂ ଭାରତ ନିର୍ବାଚନ ଆୟୋଗଙ୍କ ନିୟମାବଳୀ ମାନିବାକୁ ରାଜ୍ୟର ସମସ୍ତ ସ୍ୱୀକୃତିପ୍ରାପ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳ, ସ୍ୱୀକୃତିପ୍ରାପ୍ତ ଅଣପଞ୍ଜୀକୃତ ରାଜନୈତିକ ଦଳକୁ ଚିଠି ଲେଖାଯାଇଛି। ରାଜନୈତିକ ଦଳର ସଭାପତି ଓ ସମ୍ପାଦକଙ୍କୁ ଏନେଇ ସବିଶେଷ ଭାବେ ଅବଗତ କରାଯାଇଛି ବୋଲି ଶ୍ରୀ ଧଳ କହିଛନ୍ତି।

Leave A Reply

Your email address will not be published.