Odisha Link
Bridging the Missing Links in Odisha

ଗିରଫ ହେଲେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହଯୋଗୀ ବୈଭବ କୁମାର

ଓଏଲ୍‌ ବ୍ୟୁରୋ: ବେଲ୍‌ରେ ଜେଲ ବାହାରକୁ ଆସିଥିବା ଦିଲ୍ଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହଯୋଗୀ ବୈଭବ କୁମାରଙ୍କୁ ବାନ୍ଧିଲା ପୁଲିସ। କେଜ୍ରିଓ୍ବାଲଙ୍କ ଦଳ ଆମ୍‌ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୁଲିସ ବୈଭବ କୁମାରଙ୍କୁ ଗିରଫ କରିଛି। ଦୁଇ ଦିନ ତଳେ ବୈଭବ କୁମାରଙ୍କ ନାମରେ ସ୍ବାତୀ ମାଲିଓ୍ବାଲ ଅସଦାଚରଣ ଅଭିଯୋଗ ଆଣିଥିଲେ।

ସ୍ୱାତୀ ମାଲିୱାଲ ବୈଭବ କୁମାରଙ୍କ ବିରୁଦ୍ଧରେ ଅସଦାଚରଣ ଓ ମାଡ଼ ମାରିବାର ଅଭୋଯଗ ଆଣିଥିଲେ। ସେ ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବାକୁ ଯାଇଥିବା ସମୟରେ ବୈଭବ କୁମାର ତାଙ୍କୁ ୭-୮ ଥର ଚାପୁଡ଼ା ମାରିବା ସହ ତାଙ୍କ ଛାତି ଓ ପେଟକୁ ଗୋଇଠା ମାରିଥିବା ଅଭିଯୋଗ କରିଥିଲେ।

ସ୍ବାତୀଙ୍କ ଅଭିଯୋଗ ପରେ ଦିଲ୍ଲୀ ପୁଲିସ ମାଲିୱାଲଙ୍କ ଡାକ୍ତରୀ ପରକ୍ଷା କରାଇଥିଲା। ପରୀକ୍ଷାରେ ତାଙ୍କ ଶରୀରରେ ମାଡ଼ ଦାଗ, ମୁହଁରେ ଆଭ୍ୟନ୍ତରୀଣ ଆଘାତ ଏବଂ ଗୋଡରେ ମଧ୍ୟ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପୁଲିସ ଆଜି ବୈଭବ କୁମାରଙ୍କୁ ଗିରଫ କରିଛି। ଅନ୍ୟପଟେ ଲିୱାଲ ତାଙ୍କୁ ଅଶାଳୀନ ଭାଷା କହିବା ସହ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବୈଭବ କୁମାର।

Leave A Reply

Your email address will not be published.