Odisha Link
Bridging the Missing Links in Odisha

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଭୋଟ ଦେବେ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର, ଆଜି ସରିବ ପ୍ରଚାର

ଭୁବନେଶ୍ବର: ଆଉ ଦିନକ ପରେ ଓଡ଼ିଶାରେ ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଆଜି ହେଉଛି ନିର୍ବାଚନ ପ୍ରଚାର ପାଇଁ ଶେଷ ଦିନ। ଆଜି ସନ୍ଧ୍ୟା ପରଠୁ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ଆସନ ଗୁଡ଼ିକରେ ପ୍ରଚାର ହୋଇପାରିବ ନାହିଁ। ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀ କରି ବଡ଼ ସୂଚନା ଦେଇଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇ କହିଛନ୍ତି, ମେ’ ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ। ଦ୍ବିତୀୟ ପର୍ଯ୍ୟାୟରେ ମୋଟ ଭୋଟର ସଂଖ୍ୟା ୭୯ ଲକ୍ଷ ୬୯ ହଜାର ୮୮୭ ରହିଛି। ଏହି ସ୍ଥାନରେ ୯୧୬୨ ଟି ମତଦାନ କେନ୍ଦ୍ର ରହିବ। ୧୦୪୧ଟି ବୁଥ ମହିଳା ପୁଲିଂ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହୋବ। ୨୫ଟି ବୁଥ ପିଡବ୍ଲୁଡି କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ। ୧୫୪୧ ଆଦର୍ଶ ବୁଥ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ଧଳ।

ସେ ଆହୁରି କହିଛନ୍ତି, ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ଏହିଠାରେ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ। ସବୁଠାରୁ ଅଧିକ କନ୍ଧମାଳ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡ ୧୬, ବଲାଙ୍ଗୀର ଓ ବରଗଡ଼ରେ ୧୪ ଲେଖାଏଁ, ଝାରସୁଗୁଡା ଓ ବୌଦ୍ଧରେ ୫, ସୁବର୍ଣ୍ଣପୁର ୪ ଓ ନୟାଗଡ଼ରେ ୨ଟି କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ।

ସେହିପରି ଏଯାବତ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ ହୋଇ ସାରିଲାଣି। ସେହିପରି ୭୩ କୋଟି ଟଙ୍କାର ଗଞ୍ଜେଇ, ବ୍ରାଉନସୁଗର ଆଦି ଡ୍ରଗସ୍ ଜବତ ହୋଇଥିବା ବେଳେ ୧୪ କୋଟି ୩୫ ଲକ୍ଷ ଟଙ୍କାର ସୁନା ଗହଣା ଜବତ ହୋଇଛି। ସମୁଦାୟ ଜବତ ଜନିଷର ମୂଲ୍ୟ ୨୫୪ କୋଟି ଟଙ୍କା ବୋଲି ସୂଚନା ଦେଇଛନ୍ତି ନିକୁଞ୍ଜ ବିହାରୀ ଧଳ।

ସୂଚନାଥାଉକି, ସବୁଠାରୁ ଅଧିକ ବରଗଡ଼ରେ ୧ କୋଟି ୨୬ ଲକ୍ଷ ଟଙ୍କା, ସୁନ୍ଦରଗଡ଼ରେ ୪୦ ଲକ୍ଷ, ବଲାଙ୍ଗୀରରେ ୩୫ ଲକ୍ଷ, କନ୍ଧମାଳ ୩୬ ଲକ୍ଷ ଓ ଆସ୍କାରୁ ୧୩ ଲକ୍ଷ ଟଙ୍କାର କ୍ୟାସ ଜବତ ହୋଇଛି । ବରଗଡ଼ରୁ କେବଳ ୮୦ ଲକ୍ଷ ଟଙ୍କାର ମଦ ଜବତ ହୋଇଛି।

Leave A Reply

Your email address will not be published.