Odisha Link
Bridging the Missing Links in Odisha

ଚିଲିକାରେ କେବଳ ମୁଖ୍ୟମନ୍ତ୍ରୀ ହିଁ ସେତୁ ନିର୍ମାଣ କରିପାରିବେ: ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳର ପୋଷ୍ଟର ବୟ ଭି କାର୍ତ୍ତିକ ପାଣ୍ଡିଆନ ସାରା ଓଡ଼ିଶାରେ କରୁଛନ୍ତି ମାରାଥାନ୍‌ ପ୍ରଚାର। ବିଭିନ୍ନ ଜନସଭାକୁ ସମ୍ବୋଧିତ କରି ବିରୋଧୀଙ୍କୁ କରୁଛନ୍ତି କଡ଼ା ଟାର୍ଗେଟ। ଏସବୁ ମଧ୍ୟରେ ଆଜି କୃଷ୍ଣପ୍ରସାଦରେ ଭି କାର୍ତ୍ତିିକ ପାଣ୍ଡିଆନ କରିଛନ୍ତି ଜୋରଦାର ପ୍ରଚାର। ମାଲୁଦ ମେଳଣ ପଡ଼ିଆରେ ଆୟୋଜିତ ନିର୍ବାଚନ ସଭାରେ ବିରୋଧୀଙ୍କୁ ପୁଣିଥରେ କରିଛନ୍ତି ଟାର୍ଗେଟ।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ଆଜି କୃଷ୍ଣପ୍ରସାଦରେ ପାଣ୍ଡିଆନ କରିଛନ୍ତି ପ୍ରଚାର। ଏଥିସହିତ ଜନସଭାକୁ ସମ୍ବୋଧନ ଆରମ୍ଭରୁ ଜୟ ଜଗନ୍ନାଥ କହି ଉଦବୋଧନ ଆରମ୍ଭ କରିଥିଲେ। ୨୦୧୪ରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି ପୁରୀ ଜିଲ୍ଲା ପିପିଲି ମିଟିଂରେ ଚିଲିକା ଉପରେ ସେତୁ କରିବୁ ବୋଲି କହିଥିଲେ। ହେଲେ ୧୦ ବର୍ଷ ହୋଇଗଲା ବର୍ତ୍ତମାନ ପର୍ଯ୍ୟନ୍ତ ସେତୁ ହେଲାନି। ୨୦୨୩ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କେନ୍ଦ୍ରମନ୍ତ୍ରୀ ଚିଲିକା ଉପରେ ସେତୁ ହୋଇପାରିବ ନାହିଁ ବୋଲି କହିଥିଲେ। ଏବେ ପୁଣି କହୁଛନ୍ତି ସେତୁ ହେବ। ଏମାନଙ୍କ କଥାରେ ତାଳମେଳ ରହୁନି। ଲୋକଙ୍କୁ ଠକିବାକୁ, ଭୂଆଁ ବୁଲାଇବାକୁ ମିଛ କଥା କହୁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି।

ସେହିପରି ସେ କହିଛନ୍ତି, କେବଳ ଚିଲିକା ଉପରେ ଜଣେ ହିଁ ସେତୁ କରିପାରିବେ। ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀ ଉପରେ ୭ଟି, ବୈତରଣୀ ଉପରେ ୫ ସେତୁ କରିବା ସହ ବ୍ରାହ୍ମଣୀରେ ସେତୁ କରିଛନ୍ତି ମୁଖ୍ୟମନ୍ତ୍ରୀ।ସେ ଆହୁରି କହିଥିଲେ ବ୍ରହ୍ମଗିରିରେ ଡବଲ ଇଞ୍ଜିନ ରହିଛି। ବିଜେପିର ବିଧାୟକ ଅଛନ୍ତି, ତା’ହେଲେ କାହିଁକି ଏଯାଏ ସେତୁ ହୋଇପାରିଲା ନାହିଁ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ ବର୍ଷ ଭିତରେ ସେତୁ ତିଆରି କରିବେ। ପରିବେଶ ମନ୍ତ୍ରଣାଳୟ ଅନୁମତି ଦେଲେ ଏଠାରେ ସେତୁ ହେବ ବୋଲି ପାଣ୍ଡିଆନ କହିଥିଲେ। ଯାହା ଅର୍ଥ ଖର୍ଚ୍ଚ ହେବ ତାହା ଦେବେ। ତେଣୁ ଏହି ନିର୍ବାଚନରେ ବିଜେଡିକୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.