Odisha Link
Bridging the Missing Links in Odisha

କଟକରେ ଶାହଙ୍କ ଶକ୍ତି ପ୍ରଦର୍ଶନ, ବିଶାଳ ରୋଡ ଶୋ’ରେ ବିଜେପିର ଚାଣକ୍ୟ

କଟକ: ଭାଇଚାରାର ସହର କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଶାଳ ରୋଡ ଶୋ’। କଟକ ଲୋକସଭାର ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ରୋଡ ଶୋ’ରେ ସାମିଲ। ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ଭୋଟ୍‌ ଭିକ୍ଷା କରିଛନ୍ତି ଅମିତ ଶାହ। ଏଥିରେ ହଜାର ହଜାର ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ୍‌ ହୋଇଛନ୍ତି।

ଆସ୍କା ଲୋକସଭା କ୍ଷେତ୍ରର ସୋରଡ଼ାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବା ପରେ ଅପରାହ୍ନରେ କଟକ ସହରରରେ ପହଞ୍ଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କଟକରେ ପହଞ୍ଚିବା ପରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମିତ ଶାହ ଗୋପବନ୍ଧୁ ପାର୍କକୁ ଯାଇଥିଲେ। ସେଠାରୁ ଆରମ୍ଭ ହୋଇଛି ବିଜେପିର ବିରାଟ ରୋଡ ଶୋ’। ଏହି ରୋଡ୍‌ ଶୋ’ରେ କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବିଧାୟକ ପ୍ରାର୍ଥୀମାନେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ସାମିଲ ହୋଇଛନ୍ତି।

ଶାହଙ୍କ ରୋଡ୍‌ ଶୋ’ ଗୋପବନ୍ଧୁ ପାର୍କକୁ ବାହାରି ବକ୍ସି ବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଗୌରୀଶଙ୍କର ପାର୍କ, ନୟାସଡକ ଦେଇ ବାଲୁବଜାର ପର୍ଯ୍ୟନ୍ତ ଯାଇଥିଲା। ସେଠାରୁ ଅମିତ ଶାହ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି। ସେଠାରୁ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏଥିପାପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.