Odisha Link
Bridging the Missing Links in Odisha

କମ୍ପୁଛି ନିର୍ବାଚନୀ ମୈଦାନ; ନାମାଙ୍କନ ଭରିଲେ ରାଜନାଥ ସିଂ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ନିର୍ବାଚନର ମହାପର୍ବ। ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଓ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସୋମବାର ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଶାଳ ଶୋଭାଯାତ୍ରାରେ ଆସି ରାଜନାଥ ସିଂ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ସ୍ମୃତି ଇରାନୀ ମଧ୍ୟ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ରାଜନାଥ ଲକ୍ଷ୍ନୌର ହନୁମାନ ସେତୁ ମନ୍ଦିରରେ ପୂଜା କରିଥିଲେ।

ସେ ଭଗବାନ ଶିବଙ୍କ ଜଳାଭିଷେକ କରି ହନୁମାନ ମନ୍ଦିର ପରିଦର୍ଶନ କରିଥିଲେ। ଉତ୍ତରପ୍ରଦେଶର ଲୋକସଭା ଆସନରୁ ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ପ୍ରାର୍ଥୀ ରାଜନାଥ ସିଂ ଲୋକସଭା ନିର୍ବାଚନ ୨୦୨୪ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଉପସ୍ଥିତ ରହିଥିଲେ। ଆସନ୍ତା ୨୦ରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଲକ୍ଷ୍ନୌରେ ମତଦାନ ହେବ।

Leave A Reply

Your email address will not be published.