ଅଚାନକ ହସ୍ପିଟାଲ ପରିଦର୍ଶନ କଲେ ଜିଲ୍ଲାପାଳ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ରାତ୍ରୀ ଭୋଜନରେ ବାସି ଖାଦ୍ୟ ଦିଆଯାଇଥିବା ଅଭିଯୋଗ ପରେ ଜିଲ୍ଲାପାଳ କେ. ସୁଦର୍ଶନ ଓ ଏସ୍ପି ବି. ଯୁଗଳ କିଶୋର ଅଚାନକ ହସ୍ପିଟାଲ ପରିଦର୍ଶନ କରିଛନ୍ତି।
ଗତକାଲି ରାତି ୮ଟା ପରେ ଜିଲ୍ଲାପାଳ ଓ ଏସ୍ପି ଅଚାନକ ହସ୍ପିଟାଲ ପରିଦର୍ଶନ କରି ଖାଦ୍ୟର ମାନ ପରଖିଥିଲେ। ଏଥିସହ ଖାଦ୍ୟ ଯୋଗାଉଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛିଦିନ ତଳେ ରାତ୍ରୀ ଭୋଜନରେ ବାସି ଖାଦ୍ୟ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା।