Odisha Link
Bridging the Missing Links in Odisha

ଇନସୁରାନ୍ସ ଓ ପଲ୍ୟୁସନ ଦେଖୁନୁ: ସିପି

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଶୋଧିତ ମୋଟର ଯାନ ଆଇନ ବିରୋଧରେ ଉଠିଲାଣି ବିରୋଧର ସ୍ୱର। ଏପରିକି ଲୋକଙ୍କ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଆଜି ଭୁବନେଶ୍ୱରସ୍ଥ ରାଜମହଲ ଛକରେ ବିସ୍ଫୋରଣ ହୋଇଛି।

ତେବେ ଏହି ଘଟଣା ପରେ ପୁଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ କହିଛନ୍ତି ଯେ, ଆମେ ଏବେ ଇନସୁରାନ୍ସ ଓ ପଲ୍ୟୁସନ ଦେଖୁନାହୁଁ। ଏବେ ଆମେ କେବଳ ୫ଟି ଗଫଲତି ଦେଖି ଜୋରିମାନା କରୁଛୁ । ତାହା ହେଲା-

୧- ବାଇକରେ ୩ଜଣଙ୍କୁ ନେଲେ
୨- ହେଲମେଟ ପିନ୍ଧିନଥିଲେ
୩- ମଦ ପିଇ ଗାଡ଼ି ଚଳାଉଥିଲେ
୪- ମୋବାଇଲରେ ଗପୁଥିଲେ
୫- ରାସ୍ତାର ଭୁଲ ସାଇଡରେ ଗଲେ

ଏମିତି ୫ଟି ଭୁଲ ପାଇଁ ଜୋରିମାନା ଆଦାୟ କରାଯାଉଛି। ଇନସୁରାନ୍ସ ଓ ପଲ୍ୟୁସନ ଏବେ ଦେଖାଯାଉନାହିଁ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଖାଲି ସେତିକି ନୁହେଁ ପରିବହନ ବିଭାଗ ସହ ଆମେ କଥା ହୋଇଛୁ। ଆଇନ ଉଲ୍ଲଂଘନ କରୁଥିବା ପୁଲିସ ପ୍ରତି ପଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ପୁଲିସ ଅନ୍ୟମାନଙ୍କ ଗାଡ଼ି ଯାଞ୍ଚ କରି କାଗଜପତ୍ର ମାଗୁଥିବାବେଳେ ଶନିବାର ଉତ୍ତ୍ୟେକ୍ତ ଲୋକେ ଭୁବନେଶ୍ୱରସ୍ଥ ରାଜମହଲ ଛକରେ ମୋ ବସ, ବିଏମସି ଗାଡ଼ି ଓ ପୁଲିସ ଗାଡ଼ି ଅଟକାଇଥିଲେ। ଖାଲି ଅଟକାଇ ନାହାନ୍ତି ସେମାନଙ୍କୁ ଗାଡ଼ିର କାଗଜପତ୍ର ବି ମାଗିଥିଲେ। ଯାହାକୁ ନେଇ ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠି ଚାର୍ଜ କରିଥିଲା। ରାଜମହଲ ଛକ ଏବେ ଏକ ରଣକ୍ଷେତ୍ର ପାଲଟିଯାଇଥିଲା।

ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ଲୋକେ ତାତିଥିଲେ। ପୁଲିସ ଗାଡ଼ି ସହ ୩ଟି ଗାଡ଼ିର କାଗଜପତ୍ର ଠିକ ନଥିବା ଅଭିଯୋଗ କରି ଲୋକେ ହୋହାଲ୍ଲା କରିଥିଲେ। ରାଜମହଲ ଛକରେ ୩ଟି ଗାଡ଼ି ଅଟକାଇ ଲୋକେ ହୋହାଲ୍ଲା କରିଥିଲେ। ରାସ୍ତା ଉପରେ ଗାଡ଼ି ଅଟକାଇବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଜନସାଧାରଣ ମୋ ବସ, ବିଏମସି ଗାଡ଼ି ଓ ପୁଲିସ ଗାଡ଼ି ଅଟକାଇଥିଲେ। ମୋ ବସ ଓଭରଲୋଡ ଓ ଚାଳକ ସିଟ ବେଲ୍ଟ ବାନ୍ଧିନଥିବା ଅଭିଯୋଗ କରିଥିଲେ। ବିଏମସି ଗାଡ଼ି ଓ ପୁଲିସ ଭ୍ୟାନର କାଗଜପତ୍ର ନଥିବା ଅଭିଯୋଗ କରିଥିଲେ ଲୋକେ। ଲୋକଙ୍କ ଆକ୍ରୋଶ ଦେଖି ବିଏମସି ଗାଡ଼ି ଛାଡ଼ି ଚାଳକ ଚମ୍ପଟ ମାରିଥିଲେ। ଯାହାକୁ ନେଇ ପୁଲିସ ଲାଠି ଚାର୍ଜ କରିଥିଲା।

Comments are closed.