Odisha Link
Bridging the Missing Links in Odisha

କଟକରେ ପହଞ୍ଚିଲେ ଜଗା-କାଳିଆ

କଟକ: ସବୁ ଅପେକ୍ଷାର ଅନ୍ତ ଘଟିଛି। ଓଡ଼ିଶା ମାଟିରେ ପାଦ ଦେଇଛନ୍ତି ଜଗା-କାଳିଆ। ପ୍ରାୟ ୨ ବର୍ଷ ପରେ ଦିଲ୍ଲୀରୁ ଓଡ଼ିଶା ଫେରିଛନ୍ତି ଜଗା-କାଳିଆ। ଶୁକ୍ରବାର ସନ୍ଧ୍ୟାରୁ ରାଜଧାନୀ ଏକ୍ସପ୍ରେସରେ ବସିଥିବା ଜଗା-ବଳିଆ ଆଜି କଟକ ରେଳ ଷ୍ଟେସନରେ ପହଞ୍ଚିଛନ୍ତି। ଯାହାକୁ ନେଇ ସାଧାରଣରେ ଉତ୍ସାହ ଦେଖାଦେଇଛି। ଜଗା-କାଳିଆଙ୍କ ରହିବା ପାଇଁ ଏସସିବିରେ ବିଶେଷ ବ୍ୟବସ୍ଥା ହୋଇଛି। କନ୍ଧମାଳର ମୁଣ୍ଡଯୋଗଡ଼ା ଶିଶୁ ଜଗା-କାଳିଆଙ୍କ ମୁଣ୍ଡ ଅଲଗା କରାଯାଇଛି।
ଗତାକାଲି ଅପରାହ୍ନରେ ଏମସରୁ ଡିସଚାର୍ଜ ହେବା ପରେ ରାଜଧାନୀ ଏକ୍ସପ୍ରେସରେ ଓଡିଶା ଫେରିଛନ୍ତି ଜଗା-କାଳିଆ। ସାଥିରେ ଥିଲେ ତାଙ୍କ ବାପା ଓ ମା’। ତାଙ୍କ ସାଂଗରେ ଥିଲେ। ୧୧ ଜଣିଆ ଚିକିତ୍ସକ ଦଳ। ସେମାନଙ୍କ ମଧ୍ୟରେ ୬ ଜଣ ଡାକ୍ତର ଅଛନ୍ତି। ଜଗାବଳିଆ କଟକ ପହଂଚିବା ପରେ ଏସସିବିରେ ରଖା ଯାଇ ପରବର୍ତି ଚିକିତ୍ସା ଜାରି ରହିବ । ଜଗା ବଳିଆଙ୍କ ଫେରିବା ଖବର ଶୁଣିବା ପରେ ତାଙ୍କ ଗ୍ରାମ ଫୁଲବାଣୀର ଫିରିଙ୍ଗିଆ ବ୍ଲକ ମେଲୁପଡାରେ ଖୁସିର ଲହରୀ ଖେଳିଯାଇଛି ।
ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଏସସିବିର ଟ୍ରମା ଆଇସିୟୁ ଓ ସର୍ଜରୀ ବିଭାଗର କ୍ୟାବିନ୍ ନମ୍ବର ୨ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍ସରେ କରାଯାଇଥିଲା । ତେବେ ଦିଲ୍ଲୀ ଏମସରୁ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ବଡ ମେଡିକାଲକୁ ଅଣାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେବା ପରେ ଏଥିପାଇଁ ଏସସିବିରେ ପ୍ରସ୍ତୁତି କରାଯାଇଥିଲା ।
ସେମାନଙ୍କ ଚିକିତ୍ସା ପାଇଁ ନ୍ୟୁରୋସର୍ଜରି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସର୍ଜରି ବିଭାଗ, ଶିଶୁ ରୋଗ ବିଭାଗ, ନ୍ୟୁରୋଲୋଜି ବିଭାଗ, ନ୍ୟୁରୋସର୍ଜରି ବିଭାଗ, ଜରୁରିକାଳୀନ ମେଡିକାଲ ଅଫିସର, ଶିଶୁଭବନର ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ, ପେଡିଆଟ୍ରିକ୍ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଟିମ ଗଠନ କରାଯାଇଛି।

Comments are closed.