ଭାରତର ଏହି ସ୍ଥାନରୁ ଦେଖା ଯାଇଥାଏ ଶ୍ରୀଲଙ୍କା !

ତାମିଲନାଡୁ: ଭାରତରୁ ଆପଣ କେବେ ଶ୍ରୀଲଙ୍କା ଦେଖିଛନ୍ତି କି? ଯଦି ନା ତାହାଲେ ଜାଣି ରଖନ୍ତୁ ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠୁ ଆପଣ ଶ୍ରୀଲଙ୍କା ଦେଖିପାରିବେ। ଏପରି ଏକ ସ୍ଥାନ ତାମିଲନାଡୁର ପୂର୍ବ ତଟ ରାମେଶ୍ୱରମ ଦ୍ୱୀପର ଦକ୍ଷିଣ କୂଳରେ ରହିଛି। ଯାହାର ନାମ ଧନୁଷକୋଡି। ଯାହା ଭାରତରେ ଶେଷ ଭାଗରେ ଥିବା ଏକ ଶୂନଶାନ ଜାଗା। ଯେଉଁଠାରୁ ଆପଣମାନେ ଶ୍ରୀଲଙ୍କା ଦେଖିପାରିବେ।
ପୂର୍ବରୁ ଏହି ସ୍ଥାନରେ ଲୋକ ରହିପାରୁଥିଲେ। ହେଲେ ଏବେ ଏଠାରେ କେହି ବି ରହୁନାହାନ୍ତ। ଯାହାଫଳରେ ଜାଗାଟି ଶୂନଶାନ ଭାବେ ପଡିରହିଛି। ଧନୁଷକୋଡି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏପରି ଏକ ଜାଗା ଯାହା ବାଲି ଏକାଠି ହୋଇଥିବା ମାତ୍ର ୫୦ ଗଜ ଲମ୍ବ।। ଏହି ସ୍ଥାନକୁ ଦିନରେ ଅନେକ ଲୋକ ବୁଲିବାକୁ ଆସୁଥିବା ବେଳେ, ସନ୍ଧ୍ୟା ସମୟରେ ଏଠାକୁ ଆସିବାକୁ ବାରଣ କରାଯାଇଛି। ଏଠାକୁ ଆସୁଥିବା ପର୍ଯ୍ୟଟକ ସନ୍ଧ୍ୟା ହେବା ସମୟ ପୂର୍ବରୁ ରାମେଶ୍ୱର ଫେରିଯାଆନ୍ତି। କାରଣ ଏଠିକାର ରାସ୍ତାକୁ ନେଇ ରହିଛି ଅନେକ କଥା।
ଧନୁଷକୋଡିରୁ ରାମେଶ୍ୱରମ ମଧ୍ୟରେ ଥିବା ୧୫ କିମି ଶୂନଶାନ, ଭୟଙ୍କର ଏବଂ ରହସ୍ୟମୟୀ ରାସ୍ତା ଯୋଗୁଁ ପର୍ଯ୍ୟଟକମାନଙ୍କୁ ସନ୍ଧ୍ୟା ସମୟରୁ ଫେରିଯିବାକୁ ପଡିଥାଏ। ଅନେକ ଲୋକ ଏହି ସ୍ଥାନରେ ଭୂତ ରହୁଥିବା ବୋଲି କହୁଛନ୍ତି। ୧୯୬୪ରେ ଆସିଥିବା ଭୟାନକ ସୁନାମି ପୂର୍ବରୁ ଧନୁଷକୋଟି ଏକ ଜଣାଶୁଣା ପର୍ଯ୍ୟଟନ ସ୍ଥଳ ଏବଂ ତୀର୍ଥ ସ୍ଥଳ ଭାବେ ପରିଚିତ ଥିଲା। ଏହି ସୁନାମୀ ଫଳରେ ଧନୁଷକୋଡିରେ ଥିବା ରେଲେଓ୍ଵ ଷ୍ଟେସନ, ହସିପିଟାଲ, ଚର୍ଚ୍ଚ, ହୋଟେଲ, ପୋଷ୍ଟ ଅଫିସ ସବୁକିଛି ନଷ୍ଟ ହୋଇଗଲା। କୁହାଯାଏ, ୧୦୦ରୁ ଅଧିକ ଯାତ୍ରୀ ଥିବା ଏକ ରେଳଗାଡି ମଧ୍ୟ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ତା ପର ଠାରୁ ଏହି ସ୍ଥାନ ସମ୍ପୂର୍ଣ୍ଣ ଶୂନଶାନ ହୋଇ ପଡିରହିଛି।
ଶୁଣିବାକୁ ମିଳିଥାଏ ଯେ,, ରାବଣର ଭାଇ ବିଭୀଷଣଙ୍କ ଅନୁରୋଧ କ୍ରମେ ଭଗବାନ ରାମ ନିଜ ଧନୁଷ ମୁଣ୍ଡରେ ରାମ ସେତୁକୁ ଭାଙ୍ଗି ଦେଇଥିଲେ। ଏଥିପାଇଁ ଏହାର ନାମ ଧନୁଷକୋଡି ବୋଲି ଲୋକକଥାରେ ଅଛି।