Odisha Link
Bridging the Missing Links in Odisha

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଗୁରୁ ଦିବସ ଉପଲକ୍ଷେ ଶିକ୍ଷକ ମାନଙ୍କୁ ଦ୍ରାେଣାଚାର୍ଯ୍ୟ ସମ୍ମାନରେ ସମ୍ମାନୀତ କରାଯାଇଛି

ଲାଞ୍ଜିଗଡ଼: ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଲାଞ୍ଜିଗଡ଼ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଲାଞ୍ଜିଗଡ଼ ବ୍ଳକର ୬ଟି ପଞ୍ଚାୟର ୩୫ ପ୍ରଧାନଶିକ୍ଷକ,ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ଦ୍ରାେଣାଚାର୍ଯ୍ୟ ସମ୍ମାନୀତ କରାଯାଇଛି ।

ଲାଞ୍ଜିଗଡ଼ ବ୍ଳକର ଲାଞ୍ଜିଗଡ଼ , ବସନ୍ତପଡା଼,ବାତେଲିମା, ଜଗନ୍ନାଥପୁର , ଛତ୍ରପୁର ଏବଂ ଚମ୍ପାଦେଇପୁରର କୃର୍ତୀ ଶକ୍ଷକଙ୍କୁ ସମ୍ମାନ ଜନକ ଶିଲ୍ଡ ପ୍ରଦାନ କରାଯାଇଛି ।
ଏହି ଅବସରରେ ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ ୟୁନିଟର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କହିଲେ ,ଶିକ୍ଷା ଆମର ମାନସିକ ତଥା ଆତ୍ମାର ବିକାଶ କରିଥାଏ ।ଶିକ୍ଷକ ସମାଜର ଆଲୋକ ବର୍ତିକା ସଦୃଶ । ଶିକ୍ଷକ ଶିକ୍ଷାର୍ଥଙ୍କୁ ଜ୍ଞାନର ଆଲୋକ ପ୍ରଦାନ କରାଇଥାନ୍ତି ।ଲାଞ୍ଜିଗଡ଼ ଜନସାଧାରଣଙ୍କର ବିକାଶ ପାଇଁ ବେଦାନ୍ତ ପ୍ରତିଶ୍ରୃତିବଦ୍ଧ ।

ଏହି ଅବସରରେ ୪୬ଟି ସ୍କୁଲର ଶିକ୍ଷକଙ୍କୁ ଦ୍ରାେଣାଚାର୍ଯ୍ୟ ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ନିମନ୍ତ୍ରଣ କରାଯାଇଥିଲା ।ସମସ୍ତ ଶିକ୍ଷକଙ୍କୁ ସମ୍ମାନୀତ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨ ଜଣ ପ୍ରଧାନଶିକ୍ଷକ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

Comments are closed.