Odisha Link
Bridging the Missing Links in Odisha

ରାଜ୍ୟସ୍ତରୀୟ ସଂସ୍କୃତ ଦିବସ ପାଳିତ

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ରାଜ୍ୟସ୍ତରୀୟ ସଂସ୍କୃତ ଦିବସ ସମାରୋହର ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦାନ କରି କହିଲେ ଯେ ସଂସ୍କୃତ ଭାଷା ସାହିତ୍ୟର ପ୍ରଚାରପ୍ରସାର ଓ ଲୋକପ୍ରିୟତାକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି, ଯାହା ଫଳରେ ସଂସ୍କୃତ ଭାଷା ପ୍ରତି ସମାଜର ଆଗ୍ରହ ସୃଷ୍ଟି ହେବ। ପ୍ରାଚୀନ ଭାରତୀୟ ସଂସ୍କୃତିର ବହୁଳ ପ୍ରଚାରପ୍ରସାର ପାଇଁ ପତ୍ରପତ୍ରିକା, ଅଲୋଚନା ମାଧ୍ୟମରେ ସଂସ୍କୃତ ଭାଷା ଅଧିକରୁ ଅଧିକ ଲୋକପ୍ରିୟତା ଲାଭ କରିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବରେଣ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ସାଂସଦ ଭର୍ତ୍ତୃହରି ମହତାବ, ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଡ. ପ୍ରବୋଧ କୁମାର ମିଶ୍ର, ପ୍ରମୁଖ ଉକ୍ତ ସମାରୋହରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଡ.ଗୌତମ ମହାରଣା ଅତିଥିମାନଙ୍କର ପରିଚୟ ପ୍ରଦାନ ଏବଂ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଉତ୍କଳ ଶିକ୍ଷକ ମହାସଂଘର ସାଧାରଣ ସଂପାଦକ ପଣ୍ଡିତ ନରସିଂହ ଜେନା ବିବରଣୀ ପାଠ କରିଥିଲେ ଏବଂ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ସଂସ୍କୃତ ଦିବସ ସମାରୋହ ସଂଯୋଜନା କାର୍ଯ୍ୟ ପରିଚାଳନା କରିଥିଲେ।
ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଦ୍ବାରା ବୈଦିକ ମନ୍ତ୍ର ପାଠ ଉପସ୍ଥାପନ କରାଯାଇଥିଲାବେଳେ ଶେଷରେ ଡ.ମାଧବ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଡ.ନିରଞ୍ଜନ ଦାସ, ପଣ୍ଡିତ ଭାସ୍ବର ମହାପତ୍ର,ପଣ୍ଡିତ ଗୋପାଳକୃଷ୍ଣ ପାଢ଼ୀ, ପଣ୍ଡିତ ଚତୁର୍ଭୁଜ ପାଣିଗ୍ରାହୀ ପ୍ରମୁଖଙ୍କ ରଚିତ ସଂସ୍କୃତ ପୁସ୍ତକଗୁଡ଼ିକୁ ମନ୍ତ୍ରୀ ଦାଶ ଉନ୍ମୋଚନ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂସ୍କୃତପ୍ରେମୀ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.