Odisha Link
Bridging the Missing Links in Odisha

ପୁଣି ପ୍ଲାଷ୍ଟିକ ଅଣ୍ଡା!

ମାଲକାନଗିରି: ମାଲକାନଗିରିରେ ପୁଣି ସାମ୍ନାକୁ ଆସିଲା ପ୍ଲାଷ୍ଟିକ ଅଣ୍ଡା। ମାଲକାନଗିରି ବସଷ୍ଟାଣ୍ଡ ପାଖ ଦୋକାନରୁ ଏହି ଅଣ୍ଡା ମିଳିଥିବା ଅଭିଯୋଗ ହୋଇଛି। ଗତକାଲି ମଧ୍ୟ ଏଭଳି ଏକ ଅଣ୍ଡା ମିଳିଥିବା ଅଭିଯୋଗ ହୋଇଥିଲା।
ପ୍ରକାଶ ଯେ, ଗତକାଲି ମାଲକାନଗିରି ବଜାରରେ ପ୍ଲାଷ୍ଟିକ ଅଣ୍ଡା ମିଳିବା ନେଇ ଚର୍ଚ୍ଚା ହୋଇଥିଲା। ମିଳିଥିବା ଅଣ୍ଡାଟି ଚେପଟା ହୋଇଯାଉଥିବାବେଳେ ଆସ୍ତରଣ ଦେଖାଯାଉଥିଲା। ଅଣ୍ଡାର କେଶର ହାତରେ ଧରିଲେ ଝୁଲି ରହୁଥିବା ଦେଖାଯଇଥିଲା। ହାଇଟେକ କଲୋନୀର ଜଣେ ବ୍ୟକ୍ତି ଉକ୍ତ ଅଣ୍ଡା କିଣିଥିଲେ। ତେବେ ଉକ୍ତ ଅଣ୍ଡା ସମ୍ପର୍କରେ ଅଭିଯୋଗ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ ଆରମ୍ଭ କରିଥିଲା।

Comments are closed.