Odisha Link
Bridging the Missing Links in Odisha

ରାଜ୍ୟରେ ସେବା ସପ୍ତାହ ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ବର: ରାଜ୍ୟ ବିଜେପି ଓଡ଼ିଶାରେ ସେବା ସପ୍ତାହ ଉଦଘାଟନ କରିଛି। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ଭରତପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବା ସପ୍ତାହ ଉଦଘାଟନ କରି ଆରମ୍ଭ କରିଛନ୍ତି। ସେବା ସପ୍ତାହର ଲକ୍ଷ୍ୟ ରହିଛି ପ୍ରତି ପରିବାରକୁ ପାଣି, ବିଜୁଳି, ଘର ଓ ଶୈାଚାଳୟ ଯୋଗାଇବା କାର୍ଯ୍ୟ। ମୋଦିଙ୍କ ଜନ୍ମଦିନ ପାଇଁ ସେବା ସପ୍ତାହ ଆରମ୍ଭ କରିଛି ବିଜେପି। ଏହି କାର୍ଯ୍ୟକ୍ରମରେ ବିଜେପିର ସମସ୍ତ କର୍ମକର୍ତ୍ତା ତଥା ଭରତପୁର ବାସିନ୍ଦା ସାମିଲ ରହିଥିଲେ।

ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ। ଏନେଇ ରାଜ୍ୟରେ ବିଜେପିର ସେବା ସପ୍ତାହ ଆଜିଠାରୁ ଆରମ୍ଭ ହୋଇଛି। ସେପ୍ଟେମ୍ବର ୧୪ ତାରିଖରୁ ୨୦ତାରିଖ ଯାଏଁ ଏହି ସେବା ସପ୍ତାହ ପାଳନ କରାଯିବ। ଏହି ଅବସରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଛି। ଏହା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନୀ ଓ ଉପଲବ୍ଧୀ ସମ୍ପର୍କିତ ଏକ ପୁସ୍ତକ ମଧ୍ୟ ବରିଷ୍ଠ ନେତା ମାନେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଭେଟି ପ୍ରଦାନ କରିବେ।

Comments are closed.