Odisha Link
Bridging the Missing Links in Odisha

ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିଲେ କନେଷ୍ଟବଳ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଦୀର୍ଘଦିନ ଧରି ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଜଣେ ଏପିଆର କନଷ୍ଟେବଳକୁ ବିଷମକଟକ ଥାନା ପୋଲିସ ଗିରଫ କରିଛି। ଗିରଫ କନଷ୍ଟେବଳ ହେଲେ ଜିଲ୍ଲା ଗୁଇନ୍ଦା ବିଭାଗର ଜୀ. ଶ୍ରୀକାନ୍ତ କୁମାର। ଅଭିଯୁକ୍ତଠାରୁ ଗୋଟିଏ ୯ଏମଏମର ପିସ୍ତଲ ସହ ୨୪ ରାଉଣ୍ଡ ଗୁଳି ଦୁଇଟି ମାଗାଜିନ, ୩ଟି ମୋବାଇଲ୍ ଫୋନ ଓ ଗୋଟିଏ ସ୍କୁଟି ଜବତ କରିଛି ପୋଲିସ୍।
ମିଳିଥିବା ସୂଚନା ଅନୁଯାୟୀ ପାରାବେଡା ଅଂଚଳର ଜଣେ ବ୍ୟବସାୟୀ ସବନ କୁମାର ମହାନ୍ତିଙ୍କୁ ଗତ ସେପ୍ଟେମ୍ବର ୪ତାରିଖ ଦିନ ଫୋନ୍ ଯୋଗେ ଧମକ ଚମକ ଦେବା ସହ ଟଙ୍କା ଦାବି କରିଥିଲେ ଶ୍ରୀକାନ୍ତ। ପୂର୍ବରୁ ଅଗଷ୍ଟ ୧୮ ତାରିଖରେ ମଧ୍ୟ ସବନ ମହାନ୍ତିଙ୍କ ସୁପରଭାଇଜରଙ୍କୁ ବିଷମକଟକ ଥାନା ଅନ୍ତର୍ଗତ ଗତିଗୁଡା ନିକଟରେ ମୁଣ୍ଡରେ ବନ୍ଧୁକ ଲଗାଇ ନକ୍ସଲ ନାଁରେ ଚାନ୍ଦା ମାଗିଥିଲେ। ବ୍ୟବସାୟୀ ସବନ କୁମାର ମହାନ୍ତି ଏନେଇ ବିଷମକଟକ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତି କରି ପୋଲିସ ଅଭିଯୁକ୍ତି ଜୀ. ଶ୍ରୀକାନ୍ତକୁମାରଙ୍କୁ ଗିରଫ କରିଥିବା ରାୟଗଡା ଏସପି ସୂଚନା ଦେଇଛନ୍ତି।

Comments are closed.