Odisha Link
Bridging the Missing Links in Odisha

ଚାନ୍ଦବାଲିରେ ଚିଙ୍ଗୁଡ଼ି ଚାଷୀଙ୍କୁ ବୋମା ମାଡ଼

ଚାନ୍ଦବାଲି: ଚାନ୍ଦବାଲି ଥାନା ଅନ୍ତର୍ଗତ ଆମ୍ବିଳି ଛକ ନିକଟରେ ଗତକାଲି ରାତିରେ ଚିଙ୍ଗୁଡ଼ି ଚାଷୀ ଉପରକୁ ବୋମା ମାଡ଼ ହୋଇଛି। ଏହି ବୋମା ମାଡ଼ରେ ୨ ଜଣ ଚିଙ୍ଗୁଡ଼ି ଚାଷୀ ତଥା ବ୍ୟବସାୟୀ ଗୁରୁତର ଆହାତ ହୋଇଛନ୍ତି। ଜଣେ ଆହତଙ୍କୁ ଭଦ୍ରକ ଓ ଅନ୍ୟଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଏହି ବୋମା ମାଡ଼ର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ନାହଁ। ବୋମା ମାଡ଼ କିଏ କରିଛି ଓ କଣ ପାଇଁ କରିଛି ତାହା ଜଣା ପଡ଼ନାହଁ। ଚାନ୍ଦବାଲି ପୋଳିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୋମା ମାଡ଼ରେ ଗରୁତର ଆହତ ହୋଇ ଗୈରହରୀ ମାଝୀ ଭଦ୍ରକରେ ଚିକିତ୍ସିତ ହେଉଥିବାବେଳେ ବସନ୍ତ ସମାଲ କଟକ ସ୍ଥାନାନ୍ତର ହୋଇଛନ୍ତି। ବୋମା ମାଡ଼ ସ୍ଥାନରେ ଏକ ମୋଟର ସାଇକେଲର କିଛି ଅଂଶ ନଷ୍ଟ ହେବା ସହ ରାସ୍ତାରେ ଆହାତଙ୍କର ଚପଲ ଏବଂ ରକ୍ତଭିଜା ପୋଷକ ପଡ଼ରିହିଛି ।

Comments are closed.