Odisha Link
Bridging the Missing Links in Odisha

ବାଣୀବିହାରକୁ ରାସ୍ତା ବନ୍ଦ!, ନୂଆ ଫାଟକ ପାଇଁ ପ୍ରସ୍ତାବ ଦେଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ହେଉଛି ଉତ୍କଳ ବିଶ୍ବବିଦ୍ୟାଳୟ। ରାଜ୍ୟ ତଥା ଦେଶରେ ନିଜକୁ ପ୍ରତିଷ୍ଠିତ କରିପାରିଛି ଉତ୍କଳ ବିଶ୍ବବିଦ୍ୟାଳୟ। କିନ୍ତୁ ପୂର୍ବରୁ ଯେଉଁ ବିଶ୍ବବିଦ୍ୟାଳୟ ଥିଲା ଏବେ ସେପରି ନଥିବା ପରି ମନେ ହେଉଛି ବୋଲି ଛାତ୍ରଛାତ୍ରୀ ମାନେ କହୁଛନ୍ତି। ବର୍ଷ ତମାମ ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଦୁର୍ଘଟଣା ହେଉଛି। କେତେବେଳେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ତ କେତେବେଳେ ସାଧାରଣ ଜନତା ଦୁର୍ଘଟଣାର ଶିକାର ହେଉଛନ୍ତି। ଏସବୁର କାରଣ ହେଉଛି ରଙ୍ଗ ରୁଟ୍‌। ଯଦି ଆପଣ ମୁଖ୍ୟ ଫାଟକ ଦେଇ ବିଶ୍ବବିଦ୍ୟାଳୟକୁ ଆସିବେ ତେବେ ଆପଣ ବାଣୀବିହାର ଛକଠାରୁ ୨୦୦ ମିଟର ରଙ୍ଗ୍‌ ରୁଟରେ ଆସିବାକୁ ପଡ଼ିଥାଏ। ଯାହାରି ଫଳରେ ସଦାବେଳେ ଟ୍ରାଫିକ୍‌ ଜାମ ହେବା ସହିତ ବହୁ ଦୁର୍ଘଟଣା ହୋଇଥାଏ।

ଏଥିପ୍ରତି ଛାତ୍ରଛାତ୍ରୀମାନେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ବାରମ୍ବାର କହି ଆସୁଥିଲେ ସୁଦ୍ଧା କୁଳପତିଙ୍କ ଏଥିପ୍ରତି ନିଘା ନାଇଁ। ଏଥିସହିତ ଛାତ୍ରଛାତ୍ରୀ ମାନେ ମିଳିତ ଭାବେ ଏକ ପ୍ରୋଜେକ୍ଟ ଦେଖାଇଥିଲେ। ତାର ମଧ୍ୟ ସୁଫଳ ମିଳିନାହିଁ। ଉକ୍ତ ପ୍ରୋଜେକ୍ଟରେ ଛାତ୍ରଛାତ୍ରମାନେ ବାଣୀବିହାର ମୁଖ୍ୟ ଫାଟକ ସାମ୍ନା କିପରି ଦୁର୍ଘଟଣା ସ୍ଥାନ ହୋଇଛି ଏବଂ କଣ କଲେ ଏହାର ସମାଧାନ ହୋଇପାରିବ ଏଥିପାଇଁ ଏକ ଗାଇଡ଼ ମ୍ୟାପ୍‌ ମଧ୍ୟ ଦେଖାଇଥିଲେ। ହେଲେ ପ୍ରତିଶୃତି ଛଡ଼ା ଛାତ୍ରଛାତ୍ରୀ ମାନଙ୍କୁ କିଛି ମିଳିନାହିଁ। ହେଲେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଯଦି କେହି ଅତିଥି ଆସିଥାନ୍ତି ବିଶ୍ବବିଦ୍ୟାଳୟକୁ ରଙ୍ଗରୁଟ ଦେଇ ଆସିଥାନ୍ତି ନଚେତ ଆଚାର୍ଯ୍ୟ ବିହାର ପାର୍ଶ୍ବରେ ଥିବା ଗେଟ୍‌ ଦେଇ ଆସୁଛନ୍ତି।

Comments are closed.