Odisha Link
Bridging the Missing Links in Odisha

ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଦଶହରା ପୂର୍ବରୁ ଦେଶର ଲକ୍ଷ ଲକ୍ଷ ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ପୂଜାଭେଟି ଘୋଷଣା କରିଛନ୍ତି। ଏଥର ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ବୋନସ ଆକାରରେ ମିଳିବ ବୋଲି କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଏହି ନିଷ୍ପତ୍ତି ଘୋଷଣା କରି କେନ୍ଦ୍ର ପରିବେଶ ଓ ଜଙ୍ଗଲମନ୍ତ୍ରୀ ପ୍ରକାଶ ଜାବେଡେକର କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର ପ୍ରାୟ ୧୧ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ। ତେବେ ଏହି ବୋନସ ଯୋଗୁଁ ସରକାରୀ ରାଜକୋଷ ଉପରେ ୨୦୨୪ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡିବ। କ୍ରମାଗତ ୬ଷ୍ଠ ବର୍ଷ ପାଇଁ କେନ୍ଦ୍ର ସରକାର ରେଳ କର୍ମଚାରୀମାନଙ୍କ ପାଇଁ ଉତ୍ପାଦକତା ସଂପର୍କିତ ବୋନସ ଘୋଷଣା କରିଛନ୍ତି ବୋଲି ଜାବଡେକର କହିଛନ୍ତି।

Comments are closed.