Odisha Link
Bridging the Missing Links in Odisha

୨୧ରେ ଓଡ଼ିଶା ଆସିବେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ଓଡ଼ଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ଶ୍ରୀ ଶେଖାଓତ୍ୱ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ହୋଟେଲ ନିୟୁ ମ୍ୟାରିଅନଠାରେ ସକାଳ ୧୦.୩୦ରେ ଏକ ସମ୍ମିଳନୀରେ ଅନୁଛେଦ ୩୭୦ ଓ ୩୫ (ଏ) ସଂର୍ପକରେ ଆଲୋଚନା କରିବେ ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଜନ ସଂର୍ପକ ଓ ଜନଜାଗରଣ ଯାତ୍ରା ଅବସରରେ ଜାମ୍ମୁ କାଶ୍ମିରୀରେ ଅନୁଛେଦ ୩୭୦ ଓ ୩୫ (ଏ) ଉଠିବା ପରେ ତାର ଉବଲବ୍ଧୀ ସଂର୍ପକରେ ଶ୍ରୀ ଶେଖାୱତ ଯୁବପିଢୀ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ। ଏହି ଧାରା ହଟିବା ପରେ ଜାମ୍ମୁ କଶ୍ମୀର ବାସିନ୍ଦାଙ୍କ ଜୀବନଶୈଳୀରେ କିପରି ପରିବର୍ତନ ହୋଇଛି ସେ ନେଇ ଜନସାଧାରଣମାନଙ୍କୁ ଅବଗତ କରାଇବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.